
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର) ୧୫/୦୭ ଆଜି ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ପରିସରରେ ଭାରତୀୟ ସେବା ଯୋଜନା ( ଏନ୍.ଏସ୍.ଏସ୍ ) ଅଧିକାରୀ ଅଧ୍ୟାପକ ଶଙ୍କର ପେଦୁରୁ ଓ ମୋନାଲିସା ପାଣିଗ୍ରାହୀଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ବୃକ୍ଷ ରୋପଣ କରି ବନ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ପି.ଅରୁଣ କୁମାର, ଟି ଜ୍ୟୋତି,ସୁବ୍ରତ ପ୍ରଧାନ, ଏ. ଭି.ବି. ଗୁପ୍ତା, ହେମନ୍ତ ସ୍ୱାଇଁ, ଡ଼ . ରାକେଶ କୁମାର ସ୍ବାଇଁ ଅନ୍ୟ ମାନେ ବୃକ୍ଷ ରୋପଣ କରିବା ସହ ଭାରତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍ )ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସୁମନ୍ତ ବେହେରା , ପ୍ରକାଶ ମାଣ୍ଡାଙ୍ଗି ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ରାୟାଗଡାର ସମ୍ପୂର୍ଣ୍ଣତା ଅଭିଆନ୍ ସମ୍ମାନ ସମରୋହଙ୍କ ପାଇଁ ପ୍ରସ୍ତୁତି ବୈଠକ |
ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସ୍ତରୀୟ ବୈଠକ ଅନୁଷ୍ଠିତ।
ବିଶ୍ୱ ଯୁବ ଦକ୍ଷତା ଦିବସ ‘୨୦୨୫ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ।