
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର):- ତା ୧୬/୭-ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଓ ଗୁଣୁପୁରର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ୬୬ ତମ ଓ ଗୁଣୁପୁର ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ୬୧ ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, ମାନ୍ୟବର ବିଧାୟକ କାଡ୍ରାକା ଆପଲ୍ଲାସ୍ଵାମୀ, ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜୀତ ଗମାଙ୍ଗ, ମାନ୍ୟବର ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ଖଣ୍ଡୀୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହଲେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ପିଏ ଆଇଟି ଡିଏ ରାୟଗଡ଼ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ପିଏ ଆଇଟି ଡିଏ ଗୁଣୁପୁର ଶ୍ରୀ ଅଜୟ କୁମାର ପ୍ରଧାନ ଆଦି ଉପସ୍ଥିତ ଥିଲେ।
ଏହି ବୈଠକରେ ମୁଖ୍ୟତଃ ରାୟଗଡ଼ ଆଇଟିଡିଏର ୨୭/୫/୨୦୨୨ରେ ଅନୁଷ୍ଠିତ ୬୫ତମ ପ୍ରକଳ୍ପ ସ୍ତରୀୟ ବୈଠକରେ ଗୃହୀତ କାର୍ଯ୍ୟ ବିଧିକୁ ସୁଦୃଢ଼ିକରଣ କରାଯାଇଥିଲା l ଏହା ସହିତ ମଇ ମାସ ୨୦୨୨ରୁ ଜୁନ ମାସ ୨୦୨୫ ମଧ୍ୟରେ ବିଭିନ୍ନ ଯୋଜନାରୁ ପ୍ରାପ୍ତ ଅନୁଦାନ ରାଶି ଟ ୧୭୨୪୦. ୧୭ଲକ୍ଷ ଓ ଟ ୮୭୪୭. ୯୦/-ଖର୍ଚ୍ଚକୁ ଅନୁମୋଦନ କରିଥିଲେ l ଏହା ମୁଖ୍ୟତଃ ସମ୍ବିଧାନ ଧାରା ୨୭୫(୧), ଧର୍ତ୍ତି ଅବା ଜଣଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ପିଏମ ଜନମନ,ରାଜ୍ୟ ସେକଟର, ଅପରେସନ ଓ ପରିଚାଳନା, ଓଟି ଡିଶି ପାଣ୍ଠି, ଭିତିଭୂମି, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ବିଜୁ କେବିକେ ପ୍ଲାନ, ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ଜିଲ୍ଲାସ୍ତରୀୟ ଖଣିଜ ପାଣ୍ଠି, ଜଟିଳ ସମସ୍ୟା ପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ଉପରେ କରାଯାଇଥିବା ଖର୍ଚ୍ଚ ଅନୁମୋଦନ କରାଯାଇଥିଲା l ସେହିପରି ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା। ପ୍ରାତଃ ଅନୁଦାନ ରାଶି,ଟ ୮୪୫୫୪୧୯୨୧ଙ୍କl ଓ ଟ୨୩୦୮୫୩୮୫୧ ଙ୍କା ଖର୍ଚ୍ଚକୁ ଅନୁମୋଦନ କରାଯାଇଥିଲା। ସେହିପରି ୨୦୨୩-୨୪,୨୦୨୪-୨୫ ଓ ୨୦୨୫-୨୦୨୬ ଆର୍ଥିକ ବର୍ଷ. ନିମନ୍ତେ ଅନୁଦାନ ଓ ଖର୍ଚ୍ଚ ଦାବି କୁ ଅନୁମୋଦନ କରିଥିଲେ। ଏହି ବୈଠକରେ ନୂତନ ପ୍ରକଳ୍ପ ଓ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସମ୍ପୂର୍ଣ କରିବାକୁ ଅନୁରୋଧ କରିଥିଲେ l ଏହାସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ବିଶେଷ କରି ଶିକ୍ଷକ, କର୍ମଚାରୀ ଅଭାବ ବିଷୟରେ ଉପସ୍ଥାପନା କରିଥିଲେ l
ଏହା ସହିତ ଜିଲ୍ଲାର ଜନଜାତି ଶିକ୍ଷା ଅନୁଷ୍ଠାନ ଗୁଡିକର ପରିମଳ ବ୍ୟବସ୍ଥା ଉପରେ ସମସ୍ତ ବିଧାୟକ ଗୁରୁତ୍ତ୍ୱ ଆରୋପ କରିଥିଲେ। ବିଶେଷ କରି ଜନଜାତି ବିଦ୍ୟାଳୟ ମାନଙ୍କରେ ଅସୁସ୍ଥତା କର ପରିବେଶ ରହିଥିବା ଏହାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଅନ୍ତେବାସୀ ମାନଙ୍କ ସୁରକ୍ଷା ନିମନ୍ତେ ସିସି ଟିଭି ଲଗାଇବାକୁ ଜିଲ୍ଲାପାଳ କହିଥିଲେ l ଏହି ବିଷୟ ଉପରେ ଜିଲ୍ଲାପାଳ ଶ୍ରୀମତୀ ପାଟାୱରୀ ଜନଜାତି ବିଦ୍ୟାଳୟ ହଷ୍ଟେଲର ଅନ୍ତେବାସୀ ମାନଙ୍କ ପରିମଳ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ କହିଲେ ଯେ ଖରା ସ୍କୁଲ ହକୋଲିବା ପୂର୍ବରୁ ମରାମତି କରିବା, ଝରକା ମାନଙ୍କରେ ମଶାରୀ ଟାଣିବା, ଔଷଧ ଯୁକ୍ତ ମଶାରୀ ଵ୍ୟବହାର କରିବା ଉପରେ ସଚେତନତା କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l
ଏହି ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ସଦସ୍ୟ ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗଦାନ କରିଥିଲେ l

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ବିଶ୍ୱ ଯୁବ ଦକ୍ଷତା ଦିବସ ‘୨୦୨୫ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ।
ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ ରେ ବନ ମହୋତ୍ସବ ପାଳିତ।
ଗୁଡାରିରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର।