(ଆମ ଓଡିଶା ଖବର)
ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ରାୟ ପ୍ରକାଶ ହେବା ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ମାନ୍ୟବର ହାଇକୋର୍ଟ।
ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ର ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା। ସିବିଆଇର ଚଢ଼ାଉକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବାକୁ ବିଷ୍ଣୁପଦ, ତାଙ୍କ ପତ୍ନୀ ଏବଂ ଝିଅ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନ ଖାରଜ ହେବା ପରେ ଆଗୁଆ ଜାମିନ ପାଇଁ ବିଷ୍ଣୁପଦ ସାନି ଦରଖାସ୍ତ ଦାଖଲ କରିଥିଲେ।
ଆଇଏଏସ ବିଷ୍ଣୁପଦଙ୍କ ଆଗୁଆ ଜାମିନି ଆବେଦନ ଶୁଣାଣି ହୋଇଛି, ରାୟ ପ୍ରକାଶ ପାଇନି।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ