ନିମାପଡ଼ାରେ ନାବାଳିକାଙ୍କୁ ପୋଡ଼ି ଘଟଣା ଏକ ଚାଞ୍ଚଲ୍ୟ ଶୃଷ୍ଟି କରିଛି। ଘଟଣାଟି ଘଟିଛି ନିମାପଡାର ଅଞ୍ଚଳର ବଳଙ୍ଗା- ହରିପୁର ମୁଖ୍ୟରାସ୍ତାରେ। ଘଟଣା ସମ୍ପର୍କରେ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସୂଚନା, ୨ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୋଲିସ। ପୀଡ଼ିତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି। ପୀଡ଼ିତା ଦୁର୍ବୃତ୍ତଙ୍କୁ ଚିହ୍ନି ନାହାନ୍ତି ବୋଲି ଏସ୍ପି ପିନାକ ମିଶ୍ରଙ୍କ ସୂଚନା। ପିଡିତାର ଘରଠୁ ମାତ୍ର ୨୦୦ ମିଟରରେ ଦୂରରେ ଘଟଣାଟି ଘଟିଛି। ସିସିଟିଭି ଯାଞ୍ଚ କରା ଯାଉଛି। ପରିବାରର ୪ଟି ମୋବାଇଲ ଜବତ। ଝିଅ ସାଙ୍ଗଙ୍କ ମଧ୍ୟ ୨ଟି ମୋବାଇଲ ଜବତ କରାଯାଇଛି। +୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ ମାନେ। ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାପାଇଁ ପୋଲିସକୁ ନିର୍ଦେଶ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ନାବାଳିକାର ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ସରକାର।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ