ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):-ତା. ୧୯/୦୭-ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି l ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ ତାଙ୍କର ମା ଶ୍ରୀମତୀ ସାଲେମl ନାଚିକାଙ୍କ ବୟସlଧିକ ହେତୁ ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସୁଦୂର ମାଡ୍ରାସରେ ଯାଇ ପାଠ ପଢିବା ସମ୍ଭବପର ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ରୟାଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶିବିରରେ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଆୟୁଷ୍ମାନ ସତ୍ୟ ନାଚିକାଙ୍କୁ ୬୦ହଜାର ଟଙ୍କାର ସହାୟତାରାଶି ପ୍ରଦାନ କରିଥିଲେ lସତ୍ୟ ନାଚିକାଙ୍କ ଏହି ଅଭିନବ ଯାତ୍ରା ପାଇଁ ଜନସାଧାରଣ ଓ ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଜଣାଯାଈଛି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।