(ଆମ ଓଡିଶା ଖବର )ସମ୍ବଲପୁର ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୫୩ କୁଳୁଣ୍ଡି ନିକଟରେ ଆଜି ଅପରାହ୍ନ ସାଢେ଼ ୬ ଟା ସମୟରେ ଦୁଇଟି ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକର ଚାଳକ ଓ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନବୀନ ଦାସ (୪୫) ଓ ତାଙ୍କ ପତ୍ନୀ ଥିବା ବେଳେ ଅନ୍ୟ ଏକ ବାଇକ ରେ ଶାନ୍ତନୁ ଭୋଇ (୩୫) ଏବଂ ତାଙ୍କ ସାଙ୍ଗ ବରଗଡ଼ ରୁ ଫେରୁଥିବା ଦୁଇଜଣ ଗୁରୁତର ଅଛନ୍ତି। ପୋଲିସ ପହଞ୍ଚି ସମସ୍ତଙ୍କୁ ବୁର୍ଲା ବଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ପୋଲିସର ସୂଚନା ଅନୁଯାଇ, ଆଜି ସମ୍ବଲପୁରରୁ ନବୀନ ତାଙ୍କ ସ୍ତ୍ରୀଙ୍କୁ ଧରି ଜମନକିରା ବାବା ମୁକ୍ତେଶ୍ଵର ମନ୍ଦିର ଦର୍ଶନ କରି ଅପରାହ୍ନ ସାଢେ଼ ୫ ଟା ବେଳେ ଫେରୁଥିଲେ। କୁକୁଣ୍ଡି ଠାରୁ ଅଳ୍ପ ଦୂର ଅତିକ୍ରମ କଲାପରେ ଅପର ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକର ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ