(ଆମ ଓଡିଶା ଖବର)
କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ (ଓଏଫ୍ଏସ) ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଅମାପ ସମ୍ପତ୍ତି। ୨୦ ଜୁଲାଇରେ ଚଢ଼ାଉ କରି, ବାବୁ ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କର ୧୧୫ଟି ପ୍ଲଟ୍ ଠାବ କଲା ଭିଜିଲାନ୍ସ। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ସର୍ଚ୍ଚ ୱାରଣ୍ଟ ଭିତିରେ, ବାବୁଙ୍କ କଳା ସମ୍ପତ୍ତିର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛନ୍ତି। ବାବୁଙ୍କ ନିଜ ନାଁରେ ମାତ୍ର ୫୩ଟି ପ୍ଲଟ୍ ଥିବାବେଳେ ପତ୍ନୀଙ୍କ ନାଁମରେ ଟିକିଏ ବଢେଇ ଦେଲେ, ମାତ୍ର ୪୨ଟି ପ୍ଲଟ୍, ବାକି ଯାହା ରହିଲା, ଦୁଇ ପୁଅଙ୍କ ନାଁରେ ୧୬ଟି ପ୍ଲଟ୍, ଝିଅ ନାଁରେ ୪ଟି ପ୍ଲଟ୍ କରି ବାଣ୍ଟିଦେଲେ। ସେଗୁଡିକୁ ଭିଜିଲାନ୍ସର ଟିମ୍ ଠାବ କରିଛନ୍ତି। ସମସ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି। ଏକକାଳୀନ ତିନୋଟି ଜିଲ୍ଲା କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼କୁ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି। ଏହି ଭିଜିଲାନ୍ସ ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ଯାନ୍ଯ ସହୋଯାଗି କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ