(ଆମ ଓଡିଶା ଖବର)
ରାଜ୍ୟରେ ଛାତ୍ର କଂଗ୍ରେସ, ଛାତ୍ରୀ ମାନଙ୍କ ମୃତ୍ଯୁକୁ ନେଇ ମହାତାଣ୍ଡବ କରୁଥିବା ବେଳେ, ନିଜେ ଅଭିଯୁକ୍ତ ପାଲଟି ଥିବାର ଘଟଣା ଥାନାକୁ ଗଲାଣି। ଫକୀରମୋହନ କଲେଜରେ ଛାତ୍ରୀ ପୋଡିରେ ଯେଉଁ ଛାତ୍ର କଂଗ୍ରେସ ପ୍ରଥମେ ପ୍ରିନ୍ସିପାଲ, ପ୍ରଫେସରଙ୍କ ସପକ୍ଷରେ ଯାଇ, ଛାତ୍ରୀର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ସେହି ଛାତ୍ର କଂଗ୍ରେସ ଛାତ୍ରୀଙ୍କୁ ସୁରକ୍ଷା ସରକାର ଦେଇ ପାରୁନି କହି ଓଡ଼ିଶାକୁ ହୁଲସ୍ତୁଲ କରୁଛନ୍ତି। ଯିଏ ନେତା ସାଜିଥିଲା, ତାଙ୍କରି ନାଆଁରେ ଏତଲା। ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ରହସ୍ଯ। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ। ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ। ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଏଫ୍ଆଇଆର ଦେଇଛନ୍ତି। ଏତଲା ମୁତାବକ, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍ରେ ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ