
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):- ତା.21-07-2025 ରିଖରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡା ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ରାମନାଗୁଡା ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଚାକୁଣ୍ଡାଠାରେ ନିର୍ମାଣାଧୀନ ଗ୍ରାମ୍ୟ ଔଦ୍ୟୋଗିକ ଉଦ୍ୟାନ, ପରିଦର୍ଶନ କରି ସେଠାରେ ହେବାକୁ ଥିବା ବିଭିନ୍ନ ଉଦ୍ୟୋଗ ସମ୍ପର୍କରେ ପଚାରି ବୁଝିଥିଲେ । କୁଜେନ୍ଦ୍ରି ଗ୍ରାମ ପଞ୍ଚାୟତର କେପି କୁଡିଆ କେନାଲର ପୁନରଉଦ୍ଧାର (ଏମଜିଏନଆରଇଜିଏସ) ପ୍ରକଳ୍ପ ସମୀକ୍ଷା କରି ସେଠାରେ ନିୟୋଜିତ ଶ୍ରମିକମାନଙ୍କ ସହିତ ଯୋଜନାର ରୂପାୟନ ସମ୍ପର୍କରେ ପଚାରି ବୁଝିଥିଲେ । ନିର୍ମାଣାଧୀନ କୁଜେନ୍ଦ୍ରୀ ଶିଶୁ ଉଦ୍ୟାନ (ବିକଶିତ ଗାଁ ବିକଶିତ ଓଡିଶା) ଓ ପେଣେକାମ ଗ୍ରାପର ଗଦଗଦା ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ(ବିକଶିତ ଗାଁ ବିକଶିତ ଓଡିଶା) ପରିଦର୍ଶନ କରି ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାମିଙ୍ଗିକୁଡିଆ ଗ୍ରାମର ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କ ସହିତ ବାର୍ତ୍ତାଳପ କରି ତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଉକ୍ତ ଗ୍ରସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ନିର୍ବାହୀଯନ୍ତ୍ରୀ ,ସହକାରୀ ଯନ୍ତ୍ରୀ , ଏପିଓ (ଏମଜିଏନଆରଇଜିଏସ) ରାମନାଗୁଡା ଉପସ୍ଥିତ ଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।