
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର):-୨୧/୦୭() ରାୟଗଡ଼ା ଜିଲ୍ଲା ସିଆର୍ପି. ସିଏମ୍. ଆସୋସିଏସନ୍ର ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଯୋଗଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଆର୍ପି.ସିଏମ୍. କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ସେମାନଙ୍କର କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । କିନ୍ତୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଅଣଦେଖାକୁ ଦୃଢ଼ ନିନ୍ଦା କରିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ ନକରନ୍ତି ତାହାହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉପସଭାତି ପଙ୍କଜନି ନାଗ, କୋଷାଧ୍ୟକ୍ଷ ଜାଗାମା ପେରିସିକା ପରିଚାଳନା କରିଥିଲେ ବେଳେ କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବ୍ଳକର ସିଆର୍ପି. ସିଏମ୍ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଦାବି ମଧ୍ୟରେ ସିଆର୍ପି. ସିଏମ୍. ମାନଙ୍କ ପାଇଁ ଇନ୍ସେନ୍ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ । ଏଥି ସହ ଅନ୍ଲାଇନ୍ କାର୍ଯ୍ୟ ପାଇଁ ଟାବ୍ଲେଟ୍ ମେସିନ୍ ପ୍ରଦାନ କରାଯିବା, ସିଆର୍ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ ସିଆର୍ପି. ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଥିଲା।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।