ଭରତୀୟ  ମଜଦୂର ସଂଘ ପ୍ରତିଷ୍ଠା ଦିବସରେ ୬୧ୟୁନିଟ୍ ରକ୍ତସଂଗ୍ରହ।

ପୁରୀ ଜିଲ୍ଲା ( ଆମ ଓଡ଼ିଶା ଖବର ) ଡେ଼ଲାଙ୍ଗ ତା ୨୫–୭-୨୫  ଭାରତୀୟ ମଜଦୁର ସଙ୍ଘର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ  ନିଖିଳ ଓଡ଼ିଶା  ବିଦ୍ୟୁତ୍ ମଜଦୁର ମହାସଂଘ, ନିମାପଡ଼ା ଡିଭିଜନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ଭାରତୀୟ ମଜଦୂର ସଙ୍ଘର ରାଜ୍ୟ ସମ୍ପାଦକ ତଥା ନିମାପଡ଼ା ବିଦ୍ୟୁତ୍ ମଜଦୂର ସଙ୍ଘର ସଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପରିଡା ଉଦ୍ଘାଟନ କରିଥିଲେ । ବିଦ୍ୟୁତ୍ ମଜଦୂର ସଙ୍ଘର ସଦସ୍ୟମାନେ ୬୧ୟୁନିଟ ରକ୍ତ ଓଡ଼ିଶା ରକ୍ତ ଭଣ୍ଡାରକୁ ଦାନ କରିଥିଲେ । ଭୁବନେଶ୍ୱର ସ୍ଥିତ ବି ଏମ ସି ହସ୍ପିଟାଲ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ  ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ବିଦ୍ୟୁତ୍ ମଜଦୂର ମହସଂଘର ଉପ ସଭାପତି ଶ୍ରୀ ଗଗନ ବିହାରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୂର ସଙ୍ଘର ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଡ଼ା ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସୁଧାଂଶୁ ସାମନ୍ତରାୟ, ରାଜୀବ ଲୋଚନ ମହାରଣା, ଜଟଣୀ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ ସତ୍ୟବ୍ରତ ସ୍ବାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେକି ଅନେକ ଶ୍ରମିକ ସଂଗଠନ ଅଛି ଯାହା ଆଜି ଖଣ୍ଡ ବିଖଣ୍ଡିତ ମାତ୍ର ଭାରତୀୟ ମଜଦୂର ସଂଘ ୭୦ବର୍ଷ ଧରି ଏକ ହୋଇ ରହିଛି । ସମସ୍ତ ଶ୍ରମିକ ଭାଇମାନେ ଏକ ହୋଇ ଲଢ଼ିବାକୁ ସେ ନିବେଦନ କରିବା ସହ ଶ୍ରମିକ ପରିବାରର ଦୁଃଖଦ ସମୟରେ ଠିଆ ହେହାକୁ ଅନୁରୋଧ କରିଥିଲା । ବିଦ୍ୟୁତ୍ କର୍ମଚାରୀମାନେ ରକ୍ତ ଦାନ ପରି ମହତ୍ କାର୍ଯ୍ୟ କରିଥିବାରୁ  ସତ୍ୟ ବ୍ରତ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!