ଲଷ୍ମୀପୂର/କୋରାପୁଟ (ଆମ ଓଡିଶା ଖବର) ତାରିଖ ୩୦/୦୭/୨୦୨୫
କୋରାପୁଟ ଜିଲ୍ଲା ସ୍ଥିତ ଲଷ୍ମୀପୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗତ ୨୩ ତାରିଖ ଦିନ ବେଦାନ୍ତ କମ୍ପାନୀ CSR ପାଣ୍ଠି ଦ୍ୱାରା ଆୟୋଜିତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଉଦ୍ଘାଟନ କରିଥିଲେ ଲଷ୍ମୀପୂର ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ଯୁବ ଶିକ୍ଷିତ ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା l ତା’ର କାର୍ଯ୍ୟକାରି ଆଜି ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଟ ଗ୍ରାମ ପଞ୍ଚାୟତ ଠାରେ ୨ୟ ଥର ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଲଷ୍ମୀପୂର ବିଧାୟକ ଶ୍ରୀ ସାଉଁନ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ପ୍ରତିନିଧି ଶ୍ରୀ କୈଳାଶ ଖୋସ୍ଲା, ଲଷ୍ମୀପୂର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଯୁବ ସଭାପତି ଶ୍ରୀ ମଣ୍ଟି ଖରା, ଓଡ଼ିଆପେଣ୍ଟ କଂଗ୍ରେସ ଜିପି ସଭାପତି ଶ୍ରୀ ପୂର୍ଣ୍ଣ ମାଣ୍ଡିଙ୍ଗା, ସ୍ଥାନୀୟ ସରପଞ୍ଚ ଶ୍ରୀ ବଂଶୀଧର ମାଣ୍ଡିଙ୍ଗା, ଅଞ୍ଚଳ ର ଜଣା ଶୁଣା ଯୁବ ସମାଜସେବୀ ଶ୍ରୀ ପପୁ ହିକକା ସମେତ ବେଦାନ୍ତ CSR ବିଭାଗର ଉପରସ୍ତ ଅଧିକାରୀ ପୁଣି ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ l ଓ ଅଞ୍ଚଳ ର ବିଭିନ୍ନ ସ୍ଥାନ ରୁ ଲୋକ ଆସି ଚକ୍ଷୁ ପରୀକ୍ଷା କରିଥିବା ଦେଖିବାକୁ ମିଳିଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।