ଚର୍ଚିତ ସେଦିନର କଳା ରାତିକୁ ଯାହା ବିଶ୍ୱକୁ ଦୋହଲେଇ ଦେଇଥିଲା ଓ ନିଶବ୍ଧ କରିଦେଇଥିଲା ସାରା ଭାରତକୁ, ନିମିଷକ ମାତ୍ରେ ଉଜୁଡି ଗଲା ଶହଶହ ପରିବାର l କୁନି କୁନି ପିଲାଙ୍କ ମୁହଁରୁ ଛଡେଇନେଲା ଖେଳ କୁଦ ଓ ହସଖୁସି, କିଛି ଜାଣିବା ପୂର୍ବରୁ ଲିଭିଗଲା ଶହଶହ ଦ୍ୱୀପ l ସ୍ତବ୍ଧ କରିଦେଲା ସାରା଼ ଦୁନିଆକୁ, କୁଢ଼ କୁଢ଼ ଶବଦେଖି ସାରା ଦୁନିଆଁରେ ଝରିଥିଲା ସମସ୍ତଙ୍କ ଆଖିରୁ ଲୁହ ଆଉ ସେଇଲୁ୍ହଭାରା କାହାଣୀ ଘଟିଯାଇଛି ଏଇ କିଛି ଦିନ ତଳେ.ଟ୍ରେନ ଦୃଘଟଣାରେ ପ୍ରାଣ ହରାଇଲେ ସହସହ ନିରୀହ ଜୀବନ l ସେଦିନର ସେଇ ଛାତି ଥରl ଘଟଣା କୁ ମନେପକାଇ

ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ରହୁଥିବା କିନ୍ନର ସମାଜ ସନ୍ଧ୍ୟା ରେ ପାଳନ କରୁଛନ୍ତି କ୍ୟାଣ୍ଡେଲ ଶୋଭାଯାତ୍ରା l ନୀରବ ପାର୍ଥନା ସହିତ ବାଲୁଗାଁ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଆରମ୍ଭ କରିଲେ କ୍ୟାଣ୍ଡେଲ ଶୋଭାଯାତ୍ରା l ଏହି ଶୋଭାଯାତ୍ରା ବାଲୁଗାଁ ଗାନ୍ଧୀ ଛକଠାରୁ ବାହାରି ରେଲୱେ ଷ୍ଟେସନ ଯାଇ ସେଠାରୁ ଉମାମହେଶ୍ୱର ମନ୍ଦିର ପର୍ଯନ୍ତ କିନ୍ନର ସମାଜ ପଦଯାତ୍ରାରେ ପହଞ୍ଚିଥିଲେ l ଏହି ଲୋମ ହର୍ଷଣ ଓ ଦୁଃଖ ପରିତକ୍ତ ର ବିଷୟ କୁ ମନରୁ ଲିଭିନାହିଁ l ଆହତ ବ୍ୟକ୍ତି ମାନଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି ବାଲୁଗାଁ କିନ୍ନର ସମାଜ l ଏହିକାର୍ଯ୍ୟକ୍ରମ କୁ ଦେଖି ଅନେକ ଯୁବକ ଯୁବତୀ ଆଗେଇ ଆସନ୍ତୁ ରକ୍ତଦାନ କରିବା ଓ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି କିନର ସମାଜ l ଏହି କାର୍ଯ୍ୟକ୍ରମ ପାଇଁ ବାଲୁଗାଁ ଓ ବାଣପୁର ଅଞ୍ଚଳ ଲୋକେ କିନର ସମାଜକୁ ପ୍ରଶଂସା କରିଛନ୍ତି!!


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ