ବାଣପୁର(ଆମ ଓଡ଼ିଶା ଖବର )୨୯/୧୨, ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ‘ଖାଦ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଆଠଟି ମହାବିଦ୍ୟାଳୟ ରୁ ପ୍ରତିଯୋଗୀମାନେ ଆସି ଖାଦ୍ୟ ରନ୍ଧନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l

ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଯୋଗଦେଇଥିବା ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଶ୍ରୀମତୀ ଝରଣା ନାଥ, ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ ଏବଂ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମନସ୍ତତ୍ଵ ବିଭାଗ ଅଧ୍ୟାପିକା କଲ୍ୟାଣୀ ବୈରୀଗଞ୍ଜନଙ୍କୁ ଗୋଦାବରୀଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ମିଶ୍ର ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ l +୨ ବିଭାଗର ନୋଡାଲ ଅଫିସର ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀ ପ୍ରତିଯୋଗୀମାନଙ୍କ ବ୍ୟବସ୍ଥା ବୁଝିବା ସହିତ ସେମାନଂକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରସାୟନ ବିଭାଗର ଅଧ୍ୟାପିକା ଉତ୍କଳିକା ପାଢ଼ୀ, ଅଧ୍ୟାପକ ମନୋଜ ନାୟକ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିଜିତ ସାହୁ, ଦର୍ଶନ ଅଧ୍ୟାପକ ହିଟଲର ବେହେରା ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ବିନୀ l ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି କରିବା ସହିତ ମାଣ୍ଡିଆକୁ ପ୍ରାଥମିକତା ଦେଇ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ରନ୍ଧନ କରିଥିଲେ l


More Stories
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l