ବାଣପୁର(ଆମ ଓଡ଼ିଶା ଖବର )ସମଗ୍ର ଦେଶରେ ୭୮ ତମ ସ୍ବାଧିନତା ଦିବସ ଅତୀବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ହେଉଥିବା ବେଳେ ବାଣପୁର ରେ ମଧ୍ୟ ବିଭିନ୍ନ ସ୍ଥାନ ରେ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି. ଏହି ଉପଲକ୍ଷେ ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର୍ସ ଆସୋସିଏସନ ତରଫରୁ ସଂଘ କାର୍ଯ୍ୟାଳୟ ସାମ୍ବାଦିକ ଭବନ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଛି.ପ୍ରତ୍ୟୁଷ ରେ ସଂଘର ବରିଷ୍ଟ ସଦସ୍ୟ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ସମସ୍ୟାର ଦୂରୀକରଣ ପାଈଁ ସରକାରୀ କଳ ମଧ୍ୟରେ ସମନ୍ୱୟ ଏବଂ ତାହାର ଦୂରୀକରଣ ପାଈଁ ଚିଲିକା ରିପୋର୍ଟର୍ସ ଆସୋସିଏସନ ସବୁ ବେଳେ ସାଧାରଣ ଙ୍କ ସାଥିରେ ରହିବ ବୋଲି ସଂଘର ସଭାପତି ସୁନୀଲ କୁମାର ସୁବୁଦ୍ଧି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ,ଆମ ଓଡ଼ିଶା ଖବର ଚିପ ଏଡିଟର ସେକ୍ ରୌଶନ,ଦିଲୀପ କୁମାର ସ୍ୱାଇଁ, ସମ୍ପାଦକ ଅମିତାଭ ପଟଯୋଶୀ, ସେକ୍ ମଇନୁଲ୍ ହକ୍, ହିମାଳୟ ଶତପଥୀ, ଅନନ୍ତ ଚରଣ ବାରିକ୍, ସଞ୍ଜୟ ପ୍ରଧାନ, ରାକେଶ ସାହୁ, କମଲ ଜାଲି, ବ୍ରଜ କିଶୋର ଜେନା, ସୁଜ୍ଞାନ ତ୍ରିପାଠୀ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ l

ସେହିଭଳି ଶାଳିଆ ଜଳସେଚନ ବିଭାଗ ରେ ଶାଳିଆ ଉପଖଣ୍ଡ ଯନ୍ତ୍ରୀ ସୁରେନ୍ଦ୍ର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଉତ୍ସବ ରେ ଅନେକ ସ୍କୁଲ ପିଲା ମାନଙ୍କୁ ବିଭିନ୍ନ ବିଭାଗ ରେ ସେମାନଙ୍କ ର କୃତିତ୍ୱ ପାଈଁ ପୁରସ୍କୃତ କରିବା ସଂଗେ ଅନେକ ସାମ୍ବାଦିକ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ. ଏହି ଉସ୍ଥବ ରେ ସହଯୋଗୀ ଯନ୍ତ୍ରୀ ମନୋଜ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଲଷ୍ମୀପ୍ରିୟା ପୃଷ୍ଟି, ପାଣି ପଂଚାୟତ ସଭାପତି ସନ୍ତୋଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ


More Stories
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l