ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା 11/10,ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ର ଅଷ୍ଟମ ସାଧାରଣ ଅଧିବେଶନ ଅଦ୍ୟ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି l ଶ୍ରୀମତୀ ସ୍ୱପ୍ନିତା ନାୟକ, ବି. ଡ଼ି.ଓ ହରଭଙ୍ଗା, ମୁଖ୍ୟ ଅତିଥି, ରଞ୍ଜିତ କୁମାର ମୁନୀ, l. I.C ପୁରୁଣାକଟକ ଥାନା, ଶିବ ପ୍ରସାଦ ମିଶ୍ର, ଜିଲ୍ଲା ସଭାପତି ବରିଷ୍ଠ ନାଗରିକ ମଞ୍ଚ, ଅକ୍ଷୟ କୁମାର ମାହାନ୍ତି, ଜିଲ୍ଲା ସମ୍ପାଦକ ବରିଷ୍ଠ ନାଗରିକ ମଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସଭାପତି ରମେଶ ଚନ୍ଦ୍ର ଜେନା, ସ୍ୱାଗତ ଭାଷଣ ଦେବା ସହ ଆଜିର କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ବିଷୟରେ ଜଣାଇଥିଲେ l ସମ୍ପାଦକ ବାଳକୃଷ୍ଣ ନାୟକ ବୈଠକ ର ବିବରଣୀ ପଠନ କରିଥିଲେ, ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ବିଷୟରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ I.I.C ମୁନୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ l ବରିଷ୍ଠ ନାଗରିକଙ୍କ ପାଇଁ ବିଶ୍ରାମ ଗୃହ ଓ କାର୍ଯ୍ୟାଳୟ ଗୃହ ଯୋଗାଇ ଦେବା ସକାଶେ ବି. ଡ଼ି. ଓ ହରଭଙ୍ଗା ପ୍ରତିଶ୍ରୁତି ଦେଇଥିଲେ l ବରିଷ୍ଠ ନାଗରିକ ଙ୍କର ସୁରକ୍ଷା ସକାଶେ ଜିଲ୍ଲା ସ୍ତରରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସଭାପତି ଓ ସମ୍ପାଦକ ମତାମତ ଦେଇଥିଲେ l ଶେଷରେ ସୁବାସ ଚନ୍ଦ୍ର ସାହୁ, ମୁଖ୍ୟ ଉପଦେଷ୍ଟା ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା l
ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ,

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l