ହରଭଙ୍ଗା :16/10. ବୌଦ୍ଧ ଜିଲ୍ଲା ହରଭଙ୍ଗା ବହୁ ପ୍ରାଚୀନ୍ନ ଆଦେଶ୍ୱର ଶୈବ ପୀଠ ର ପୁରାତନ ମନ୍ଦିର କୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ଶତାଧିକ ଭଦ୍ର ବ୍ୟକ୍ତି ଓ ବୁଦ୍ଧି ଯିବିଙ୍କୁ ନେଇ ଆଦେଶ୍ୱର ଶୈବ ପୀଠରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି!ନୂତନ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା 10ଲକ୍ଷ ଅନୁଦାନ ରାଶି ଓ ଭକ୍ତ ଙ୍କ ସ୍ୱ ଦାନରେ ତିଆରି ହେବ ହରଭଙ୍ଗା ର ଏହି ପ୍ରାଚୀନ ଅତିହ୍ୟ ଗାଥାର କୁମ୍ବଦନ୍ତୀ ନୂତନ ଆଦେଶ୍ୱର ମନ୍ଦିର!ଉକ୍ତ ମନ୍ଦିର ନିର୍ମାଣ ପାଇଁ 27ଜଣ ସଦସ୍ୟ ଙ୍କୁ ନେଇ ମନ୍ଦିର ନିର୍ମାଣ କମିଟି ଗଠିତ ହୋଇଛି!ସର୍ବ ସମ୍ମତି କ୍ରମେ କମିଟିର ସଭାପତି ଭାବେ ବିଜୟା ନନ୍ଦ ସାହୁ, ଉପ ସଭାପତି ଭାବେ ଚିତ ରଞ୍ଜନ ସେଠି, ସମ୍ପାଦକ ଚତୁର୍ଭୁଜ ଖଟୁଆ, ଯୁଗ୍ମ ସମ୍ପାଦକ ଭାବେ ବଶିଷ୍ଠ ବାରିକ ଓ କୋଷାଧକ୍ଷ ଭାବେ ପ୍ରଦୀପ କୁମାର ସିଂ ଙ୍କୁ ମନୋନୀତ କରିଥିବା ବେଳେ ସଭାରେ ଗ୍ରାମର ଗୌନ୍ତିଆ ନାରାୟଣ ଦନାୟକ, ବିଷା ଦନାୟକ ଅନ୍ୟ ଭଦ୍ର ମଣ୍ଡଳୀ ତପନ ଡାଙ୍ଗ, ଜୋତିର୍ମୟ ଦାସ,ସଚ୍ଚିଦାନନ୍ଦ ସାହୁ, ଶ୍ରୀକାନ୍ତ ଦେହୁରୀ,ବିସିକେଶନ ସାହୁ ଙ୍କ ସମେତ ଶହେରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହିଥିଲେ!ପରି ଶେଷରେ ମନ୍ଦିର କମିଟି ର ସମସ୍ତ କର୍ମ କର୍ତ୍ତା ଓ ନୟାଗଡ଼ ଜିଲ୍ଲାର ମନ୍ଦିର ନିର୍ମାତା ଉକ୍ତ ଶୈବ ପୀଠରେ ଉପସ୍ଥିତ ରହି ନୂତନ ମନ୍ଦିର ନକ୍ସା ନିର୍ମାଣ କରିଥିବାର ଜଣାପଡିଛି!
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।