ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 24/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଞ୍ଚଳ ର ଗାଈ ଗୋରୁ ଙ୍କ ଦେହରେ ଦେଖିବାକୁ ମିଳୁଛି ଏକ ଅଜଣା ରୋଗ। ବନ୍ୟା ପରେ ପ୍ରଶାସନ ତରଫରୁ କୌଣସି ପ୍ରତିଷେଧକ ଟୀକା ର ବ୍ୟବସ୍ଥା ହୋଇନଥିବା ବେଳେ ଜୀବଜନ୍ତୁଙ୍କ ଦେହରେ ଦେଖିବାକୁ ମିଳୁଛି କିଛି ଅଜଣା ରୋଗ। ବନ୍ୟା ପରର ମଇଳା ପାଣି ହିଁ ରୋଗର ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ କୌଣସି ତତ୍ପରତା ଦେଖାଉନଥିବା କଥା ମଧ୍ଯ ସାଧାରଣ ରେ ଆଲୋଚନା ହେଉଛି। ବ୍ଲକ୍ ର ହରଭଙ୍ଗା ପଞ୍ଚାଯତ ର ଅନେକ ଗାଁ ର ଗାଈଗୋରୁ ମାନଙ୍କ ଦେହରେ ଏହି ଅଜଣା ରୋଗ ଦେଖିବାକୁ ମିଳିଛି। ଏପଟେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଛି ସତ ହେଲେ ଏକ ପ୍ରକାର ଭୂତ କୋଠୀ ପଲଟିଯାଇଛି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଇଛି।


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।