ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :25/08. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହ ଅନିଶ୍ଚିତତା ଭିତରେ ଗତିକରି ଆସୁଥିବା ବେଳେ ଗତକାଲି ଏହାର ଏକ ସମାଧାନ ସୂତ୍ର ବାହାରିଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି !ସୂଚନା ଅନୁଯାଇ ଗତକାଲି ପୁରୁଣାକଟକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଦ୍ଧିଜିବି ତଥା ବରିଷ୍ଠ ଶିକ୍ଷାବିତ ବିଜୟ କୁମାର କହଁର ଙ୍କ ଅଧକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା!ଉକ୍ତ ବୈଠକ ରେ ବହୁ ପ୍ରତିକ୍ଷୀତ ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୁହ ସମ୍ପର୍କ ରେ ବହୁ ଆଲୋଚନା ପରେ ଚାରିଛକ ଠାରେ କାର୍ଯ୍ୟାଳୟ ଏବଂ ପୁରୁଣାକଟକ ଠାରେ କର୍ମଚାରୀ ବାସଗୃହ ନିର୍ମାଣ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା!ଉକ୍ତ ନିଷ୍ପତ୍ତି ଓଡିଶା ସରକାରଙ୍କ ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ସୂଚନା ପାଇବା ପରେ ଖୁସି ବ୍ୟକ୍ତ ପ୍ରକାଶ ହେବା ସହିତ ଆଗାମୀ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ନିଷ୍ପତ୍ତି ଅନୁଯାଇ ଭିତ୍ତିପ୍ରସ୍ତର ସ୍ଥାପନ କରିବାପାଇଁ ସୂଚନା ଦେଇଥିବା ପୁରୁଣାକଟକ ସରପଞ୍ଚ ଅଶୋକ ସେଠି କହିଛନ୍ତି!ଉକ୍ତ ନିଷ୍ପତ୍ତି ବୈଠକ ରେ ସରପଞ୍ଚ ଅଶୋକ ସେଠି, ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ପୁରୁଣାକଟକ ନାଗରିକ କମିଟି ସମ୍ପାଦକ ଦୀପ୍ତି ପ୍ରକାଶ ସାହୁ ବିକାଶ ଚନ୍ଦ୍ର ବେହେରା, ଚାରିଛକ ବଣିକସଂଘ ସଭାପତି ଦିଲ୍ଲୀପ କୁମାର ସାହୁ, CRCC ସତ୍ୟନାରାୟଣ ନାଏକ, ପ୍ରସନ୍ନ କୁମାର ଭୋକ୍ତା, ପୌଲସ୍ତି ଭୋକ୍ତା, ସତ୍ୟ ପୃଷ୍ଟି, ରଜନୀକାନ୍ତ ବାରିକ,ବାଳଗୋପାଳ ସ୍ୱାଇଁ ଏବଂ ଅନ୍ୟ ବୁଦ୍ଧିଜିବି ପ୍ରମୁଖ ଉପସ୍ଥିତ ଥିଲେ!
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l