ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ: ବନ୍ଧାପଥର ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଡ଼ପଡ଼ା ଇକୋ କ୍ଲବ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ଆଶିଷ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ଗୌତମ ପ୍ରଧାନ, ନାଏବ ସରପଞ୍ଚ ବସନ୍ତ ଭୋଇ, ଶିକ୍ଷାବିତ୍ ତଥା ଯୁବ ବୈଷୟିକ ବିଜ୍ଞାନୀ ମନୋଜ ପ୍ରଧାନ, ମୋ ସ୍କୁଲ୍ ଅଭିଯାନ ର ସଭାପତି ଆଲୋକ ପ୍ରଧାନ,ସରସରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀବନ୍ତ ନାଏକ ଯୋଗ ଦେଇ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ ଦ୍ଵାରା ପରିବେଶ ର ସନ୍ତୁଳନ ରକ୍ଷା କରିବା ସହ ଧ୍ବଂସାଭିମୁଖୀ ପୃଥିବୀ କୁ ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ।

ଜନସାଧାରଣଙ୍କ ସଚେତନତା ପାଇଁ ଅତିଥି ମାନଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା। ମହୁଲପାଲି ଠାରୁ ଗୁଡ଼ପଡ଼ା ପର୍ଯ୍ୟନ୍ତ ରାସ୍ତାକଡ଼ରେ ଜାମ୍ବୁ, ନିମ୍ବ, ବର, ପିପ୍ପଳ, ବଉଳ ଇତ୍ୟାଦି ଚାରା ରୋପଣ କରାଯାଇ ଥିଲା। ଏ ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ସଂଯୋଜନା କରିଥିଲା ବେଳେ ସହକାରୀ ଶିକ୍ଷକ ନାଦୁଲେନ୍ଦୁ ମହାନ୍ତି, ଆଶୋକ ପ୍ରଧାନ, ଟିମା ନାଗ,ଅରବିନ୍ଦ ବାଘ, ସୁଦର୍ଶନ ମେହେର,ଅବନିତା ରଥଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଓ ସମସ୍ତ ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।