ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳର ଜଣେ ମହିଳା ଯୌତୁକ ଜୁଇରେ l
ହଠାତ ଆଜି ଝିଅର ମୃତ ଖବର ପାଇ ପରିବାର ଲୋକେ ଝିଅ ଘରକୁ ଆସିବାରେ ଘରେ ଝିଅ ନଥିବା ଜାଣିବାକୁ ପାଇଥିଲେ। ପରେ ଟାଙ୍ଗୀ ଡାକ୍ତରଖାନାକୁ ଯାଇ ଝିଅର ମର ଶରୀର ପଡ଼ିଥିବା ଦେଖିବାକୁ ପାଇଥଲେ।କିନ୍ତୁ ଶଶୁର ଘରର କୌଣସି ଲୋକଙ୍କୁ ସେଠାରେ ଦେଖିବାକୁ ପାଇ ନଥିଲେ l ଝିଅରର ଶଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ସନ୍ଦେହ କରି ଝିଅର ମା ସବିତା ସ୍ୱାଇଁ ନାଚୁଣୀ ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବାସୁଦେବ ସ୍ୱାଇଁଙ୍କ ଝିଅ ଲିଜା ସ୍ୱାଇଁ ବୈଦିକ ରୀତିନୀତିରେ ନାଚୁଣୀ ଥାନା ଅଧିନସ୍ଥ ବାଟବରଡି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ୫ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘରର ଦାବୀ ମୁତାବକ ଏକଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ସମସ୍ତ ଆସବାବ ପତ୍ର ଦେଇଥିଲେ।
ଲିଜାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା ପରେ ସ୍ୱାମୀ ସନ୍ତୋଷ, ଶାଶୁ ତଅପୋଇ ଏବଂ ନଣନ୍ଦ ଦୀପା ପ୍ରଧାନ ଅଧିକ ଏକ ଲକ୍ଷ ଟଙ୍କା ଦାବୀ କରି ଆସୁଥିଲେ। ଲିଜାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଝିଅର ଶାଶୁ ଘରକୁ ଆସି ବୁଝାସୁଝା କରିଥିଲେ। କିନ୍ତୁ ଝିଅକୁ ଏକଲକ୍ଷ ଟଙ୍କା ପାଇଁ ବାରମ୍ବାର ଦାବୀ କରି ଆସୁଥିବାବେଳେ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ଏକବର୍ଷ ତଳେ ୨୫୦୦୦ଟଙ୍କା ଆଣି ଦେଇଥିଲେ।
ଏ ନେଇ ନାଚୁଣୀ ଥାନା ଅଧିକାରୀ ମକୋଦ୍ଦମା ରୁଜୁ କରି ତଦନ୍ତ କରୁଥୁବା ବେଳେ ଶବ ବ୍ୟବଚ୍ଛେଦ ହେବ ବୋଲି ପ୍ରକାଶ କରିଛନ୍ତି।
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।