ଆଜି ତା:୦୮/୦୭/୨୦୨୩ ରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ର ବଡକୁଳ ଗ୍ରାମ ପଞ୍ଚାୟତ ଠାରେ ପି ଏଲ୍ ଏଚ ଆଇ ଭି, ଥାଲାସିମିଆ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଅନ୍ୟାନ୍ୟ ଆପତିକାଳିନ ଉଦ୍ଦେଶ୍ୟ ରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି , ଖୋର୍ଦ୍ଧା ଉଭୟ ଙ୍କ ମିଳିତ ସହଯୋଗରେ ଲିଙ୍କ୍ ୱର୍କର୍ ସ୍କିମ ପ୍ରକଳ୍ପ , କେ.ଏନ୍.ପି.+ , ଖୋର୍ଦ୍ଧା ଦ୍ଵାରା ଆୟୋଜନ କରାଯାଇଥିଲା। ଏହି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ରେ ଚିଲିକା ର ବିଭିନ୍ନ ପଞ୍ଚାୟତ ରୁ ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ ଏବଂ ସେଥିରୁ ବହୁମୂଲ୍ୟ 60 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା , ଲିଙ୍କ୍ ୱର୍କର ସ୍କିମ, ପ୍ରକଳ୍ପ ର , ଡି. ଆର୍. ପି. ଶଶିକାନ୍ତ ବରାଳ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l
ଚିଲିକା ବ୍ଲକ ର ବଡକୁଳ ଗ୍ରାମ ପଞ୍ଚାୟତ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।