ଧର୍ମଗଡ ବ୍ଲକ୍ ଛଞ୍ଚାବାବାହାଲି ପଂଚାୟତ ପଳସପାଣି ବିଦ୍ୟାଳୟ ଠାରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଗ୍ରାମର ୩୮ ଜଣ ଶିଶୁ ଙ୍କୁ ସ୍କୁଲ୍ ବ୍ୟାଗ୍ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ଶିକ୍ଷା ସଂଯୋଜକ ସମ୍ପତ କୁମାର ଦାସ ଯୋଗ ଦେଇ ବ୍ୟାଗ୍ ବଣ୍ଟନ କରିବା ସହ ନିୟମିତ ବିଦ୍ୟାଳୟ ଆସି ପାଠ ପଢି ଭଲ ମଣିଷ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ତା ସହ ଧର୍ମଗଡ଼ ବ୍ଲକ୍ ର ୧୦ଟି ପେନସିଲ ଶିକ୍ଷା କେନ୍ଦ୍ର ୩୩୭ଜଣ ଛାତ୍ର ଛାତ୍ରୀ ଙ୍କୁ ବ୍ୟାଗ୍ ବଣ୍ଟନ କରାଯିବା ବ୍ୟବସ୍ଥା ଥିବା ବେଳେ ଆଜି ୪ସେଣ୍ଟର ପଲସ ପାଣି,ପାଇକାପଡ଼ା,ଆମଗୁଡ଼ା,ବାଙ୍କୀମୁଣ୍ଡା ସେଣ୍ଟର ର ୧୩୫ ଜଣ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରାଯାଇଥିବା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ କମ୍ୟୁନିଟି ମୋବିଲାଇଯର ଦିବାକର ଭଇସାଲ୍, ହୁକିମ ଭଇଶାଲ, ପେନସିଲ ଶିକ୍ଷା କେନ୍ଦ୍ର ଶିକ୍ଷକ ଛବିରାମ ଗୋପାଳ, ଅବିଭାବକ, ଆଶାକର୍ମୀ , ୱାର୍ଡ ସଭ୍ୟ, ଶିଶୁ ସୁରକ୍ଷା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l