ରିପୋର୍ଟ :ପ୍ରଦୀପ ସେଠିଆ
ଧର୍ମଗଡ଼ – ଧର୍ମଗଡ଼ ବ୍ଲକ୍ ଧନରପୁର ଗ୍ରାମ ର ସ୍ବର୍ଗତ ରାଜେନ୍ଦ୍ର ସେଠିଆ ଙ୍କ ସହଧର୍ମିଣୀ ବଳମତି ସେଠିଆଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମପରାୟଣ, ମେଳାପି,ପରୋପକାରୀ ମହିଳା ଥିଲେ । ସ୍ବର୍ଗତ ବାଲମତି ଗତ ରବିବାର ଦିନ ଅସୁସ୍ଥତା ଯୋଗୁଁ ତଳେ ପଡ଼ି ଯାଇଥିଲେ । ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ବିଶାଖା ପାଟଣା ର ଏକ ଘରୋଇ ମେଡିକାଲ ଭର୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ନ ହେବାରୁ ପରିବାର ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରାଇ ଆଣୁଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


More Stories
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l