ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା:-(ଆମ ଓଡ଼ିଶା ଖବର ) ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମି ଗ୍ରାମ ପଞ୍ଚାୟତ ଅଧୀନ ମାମୁଁ ଡିହ ଗ୍ରାମରେ ମାଇଁ ଭଣଜା ସମ୍ପର୍କରେ ଲାଗିଲା ଦାଗ l ସମ୍ପର୍କୀୟ ମାଇଁ କୁ ଦୁଷ୍କର୍ମ ଉଦ୍ୟମ କରି ଭଣଜା ହେଲା ଗିରଫ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ମାମୁଡିହ ଗ୍ରାମରେ l କିଛିଦିନ ପୂର୍ବେ ଗ୍ରାମର ଜଣେ ମହିଳା ନିଜ ଘରେ କେହି ନଥିବା ସମୟରେ ତାଙ୍କ ସମର୍କୀୟ ଭଣଜା ରବୀନ୍ଦ୍ର ବେହେରା ତାଙ୍କୁ ପ୍ରଥମେ ଖରାପ ଇଙ୍ଗିତ କରିବା କରେ ଦୁଷ୍କର୍ମ ଉଦ୍ୟମ କରିଥିଲେ l

ଘଟଣାରେ ମହିଳା ନିଜକୁ ରକ୍ଷା କରିବାକୁ ଯାଇ ଯୁବକ କୁ ଆକ୍ରମଣ କରିଥିଲେ l ଫଳରେ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ କୌଶଳ ରେ ମହିଳା ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ l ଘଟଣା ନେଇ ମହିଳା ଗତ 6 ତାରିଖରେ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତିକରି ପୋଲିସ ଥାନା କେସ ନଂ 607 ବାଇ 24 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ l



More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?