ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା:-୨୩/୧୦/୨୦୨୪ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୧୬ ବର୍ଷ ହେଲା ପୂଜାର୍ଚ୍ଚନା କରାଯାଉଛି। ପଣ୍ଡିତ ଶ୍ରୀ ପ୍ରଦୀପ କୁମାର୍ ହୋତା ( ମଥୁରା ଶେରଗଡ଼) ଓ ମୂଖ୍ୟ କର୍ତ୍ତା ଭାବେ ଶ୍ରୀ ସନ୍ତୋଷ କୁମାର ପରିଡା ଓ ରଘୁନାଥ ପରିଡ଼ା ଙ୍କ ସହ ସମସ୍ତ ଗ୍ରାମବାସୀ ଏବଂ ସହଯୋଗୀ ବନ୍ଧୁ ମାନଙ୍କୁନେଇ ଚଳିତବର୍ଷ ୧୭ ତମ ଶ୍ରୀ ଶ୍ରୀ ମାଁ ଶ୍ୟାମାକାଳୀ ପୂଜା ର ଶୁଭ ଖୁଣ୍ଟି ଆଜି ପୂର୍ବାହ୍ନ ସ୍ଥାପନ , ଚଳିତ କାର୍ତ୍ତିକ ଅମାବାସ୍ୟା (ଦୀପାବଳୀ) ଉପଲକ୍ଷେ ୩୦/୧୦/୨୦୨୪ ରୁ ଆରମ୍ଭ ହୋଇ ୦୫/୧୧/୨୦୨୪ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ମାଁ ଶ୍ୟାମାକାଳୀ ଅନୁଷ୍ଠିତ ହେବ।୩୦/୧୦/୨୪ ରେ ଜଳ ଯାତ୍ରା,ମଣ୍ଡଳ କରଣ, ଅଙ୍କୁରାରୋପଣ।୩୧/୧୦/୨୪ ରେ ଷଢାଙ୍ଗ, ସୂର୍ଯ୍ୟପୂଜା,ଘଟ ସ୍ଥାପନା, ଦେବୀଙ୍କ ନ୍ୟାସ, ଅଗ୍ନି ସ୍ଥାପନା।୩୧/୧୦/ ଠାରୁ ୦୫/୧୧/୨୪ ପର୍ଯ୍ୟନ୍ତ ଆରତୀ ପୂଜାର୍ଚ୍ଚନା, ହୋମ୍ ଯଜ୍ଞ, ପରିଶେଷରେ ପୂର୍ଣ୍ଣାହୁତି,ଘଟ ବିସର୍ଜନ ଓ ଅନ୍ନ ଯଜ୍ଞ।୦୬/୧୧/ ଓ ୦୭/୧୧ /୨୦୨୪ ଦୁଇଦୀନ ବ୍ୟାପି ସନ୍ଧ୍ୟା ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ।ସମସ୍ତ ଅଞ୍ଚଳ ବାସୀ ମାଁ ଙ୍କ ଆଶ୍ରୀବାଦ ନେବା ପାଇଁ ପୂଜା କମିଟି ସଭାପତି ଶ୍ରୀ ନିରଞ୍ଜନ ନାୟକ ଆବାହନ କରିଛନ୍ତି।
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l