ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା(ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶରାବ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ l ଚାଷ ଜମିକୁ ପାଣି ମଡ଼ାଇ ବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟା କାଣ୍ଡ ର କାରଣ ଅଶ୍ୱଷ୍ଟ ରହିଛି l ମୃତ ବ୍ୟକ୍ତି ସେହି ଗ୍ରାମର 48 ବର୍ଷୀୟ ପଞ୍ଚୁ ଗୌଡ଼ଙ୍କ ହୋଇଥିବା ଜଣାପଡିଛି l ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡିନଥିବା ବେଳେ ଆଜି ସକାଳୁ ପଞ୍ଚୁ ଙ୍କ କ୍ଷତାକ୍ତ ମୃତଦେହ ଚାଷ ଜମି ନିକଟରେ ପଡିରହିଥିବା କିଛି ଲୋକ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ l ମୃତକ ଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚି ଧରାକୋଟ ପୋଲିସ କୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l


More Stories
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l
ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ l