ଲୋଭ ପରିହାର କର, ସଚ୍ଚୋଟ ହୁଅ l

ରିପୋର୍ଟ :ରଞ୍ଜନ କୁମାର ରାଉତ 

 ଆସିକା(ଆମ ଓଡ଼ିଶା ଖବର ) ପ୍ରତିବର୍ଷ ଅକ୍ଟୋବର ୨୮ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଏ। ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶନିବାର ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଜାତୀୟ ସଙ୍ଗୀତ ଗାନ ସହ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ସାହିତ୍ୟ ବିଭାଗର ଅଧ୍ୟାପକ ତଥା ମହାବିଦ୍ୟାଳୟ ର ରାଷ୍ଟ୍ରୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ମାଧବ ଦାଶ, ଡି.ଇ.ଓ ଶ୍ରୀ ବିରୁପାକ୍ଷ ସାହୁ, କ୍ଲର୍କ ହେମନ୍ତ କୁମାର ମହାରଣା ଏବଂ ସମସ୍ତ କର୍ମକର୍ତ୍ତା ଯୋଗଦେଇ ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲୋଭ ପରିହାର କରି ସଚ୍ଚୋଟ ପଣିଆକୁ ଆଦରି ନେଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ସେ ସମସ୍ତ ଛାତ୍ରଛତ୍ରୀମାନଙ୍କୁ ବୁଝାଇ ଥିଲେ। ଏହି ଦୁର୍ନୀତି ନିବାରଣ ସପ୍ତାହ ରେ ଦୁର୍ନୀତି ନିବାରଣ ଉପରେ ଆଲୋକପାତ କରିଥିଲେ। ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ ମଧ୍ୟ ହୋଇଥିଲା। ରାଷ୍ଟ୍ରୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ  ବଙ୍ଗାଳୀ, ପବିତ୍ର, ଶ୍ରୀକାନ୍ତ, ରାଜେଶ୍ୱର, ଶିଶିର, ସାଗର ଇତ୍ୟାଦି ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସାହ ର ସହ କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇବା ରେ ସାହାଯ୍ୟ କରିଥିଲେ।

error: Content is protected !!