ବେଗୁନିଆପଡା (ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ଅପହରଣ ଘଟଣା। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁଙ୍କ କ୍ଷତାକ୍ତ ମୃତଦେହ। କୋଦଳା ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି।ଦିପୁ ଗତ ଶୁକ୍ରବାର ଦିନ କୋଦଳା କୋର୍ଟକୁ କୌଣସି ଏକ ମାମଲା ନେଇ ଆଇନଜୀବୀଙ୍କ ସହ କଥା ହୋଇସାରି ନିଜ ଗ୍ରାମକୁ ଫେରିବା ବେଳେ ଜେ. ଛଚିନା ଗ୍ରାମ ନିକଟରୁ ତାଙ୍କୁ ଅପହରଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଅପହରଣ ପରେ ଦିପୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଫୋଟ ଭାଇରାଲ ହୋଇଥିଲା। ତେବେ ଅଭିଯୋଗର ତିନିଦିନ ପରେ ଆଜି ଦିପୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର ତଦନ୍ତ କରୁଛି ପୋଲିସ।
ଅପହରଣ ପରେ ହତ୍ୟା!
ଦିପୁ ଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର l


More Stories
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.