ବେଗୁନିଆପଡା,(ରାକେଶ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରୀବାଡ଼ି ଗ୍ରାମରେ ଗତ ୦୩.୧୦, ୨୦୨୩ ରିଖ ରେ ଘଟିଥିବା ଜି.ଆର୍.ଏସ୍ ସୁଶିଲ ମହାନ୍ତି ହତ୍ୟାକାଣ୍ଡର ପର୍ଦାଫାଶ ହେବା ପରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ଘଟଣା ହୋଇଥିବାରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ବେଗୁନିଆପଡା ଥାନା ରେ ପହଞ୍ଚି ହୋ ହାଲ୍ଲା କରିଛନ୍ତି କନ୍ୟାରୀବାଡ଼ି ଗ୍ରାମର ଶତାଧିକ ମହିଳା,ପୁରୁଷ | ମୁଖ୍ୟ ହତ୍ୟାକରୀ ସୁମଣ୍ଡଳ ଭାଲ୍ୟାଝର ଗ୍ରାମ ମହୋନପୁର ସାହିର ମନୋଜ କୁମାର ସାହୁ ଦୋଷୀ ସାବସ୍ତ୍ୟ ହୋଈ ଗିରଫ ହେବାପରେ ଏବେ ସେ ଜେଲ ରେ ଥିବାବେଳେ ଗ୍ରାମର ଲୋକ ଥାନା ରେ ପହଞ୍ଚି ଜୈନିକ ମହିଳା ଙ୍କ ଗିରଫ ନିମନ୍ତେ ଦାବୀ କରିଛନ୍ତି । ତେବେ ଖବର ଲେଖା ଯିବା ସୁଦ୍ଧା କନିଆରୀବାଡ଼ି ଗ୍ରାମର କିଛି ମୁଖିଆ ଙ୍କୁ ଡାକି ଆଇଆଇସି ମଞ୍ଜରୀ ନାୟକ ଆଲୋଚନା କରିଥିଲେ | ସାତ ଦିନ ମଧ୍ୟରେ ଉକ୍ତ ହତ୍ୟାକାଣ୍ଡ ଘଟଣାରେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ତଦନ୍ତ କରାଯିବ ଏଵଂ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |
ଜି.ଆର୍.ଏସ୍ ହତ୍ୟାକାଣ୍ଡରେ ଜୈନିକ ମହିଳାଙ୍କ ସମ୍ପୃକ୍ତି କୁ ନେଇ ଥାନାରେ ଧାରଣା l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।