ରିପୋର୍ଟ (ଦେବାଶିଷ)
କୋଦଳା(ଆମ ଓଡ଼ିଶା ଖବର )ବିଜେପି ପକ୍ଷରୁ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ କାମିୟା ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ବିଜେପି ନେତା ଓ କର୍ମୀମାନେ କୋଦଳା ଠାରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି ଜଣେ ଗୋମାଂଶ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଗୋମାଂସ ଭକ୍ଷଣ ପାଇଁ ଓକାଲତି କରିଥିବା କାମିୟା ଜାନିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରସାଦ ସଂସ୍କାରରେ ଭାଗ ନେବା ଉଚିତ ନଥିଲା । ଏହି ଘଟଣା ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ୱାସ କରୁନଥିବା ଜଣେ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିବାରୁ ଅନେକ ନିରାଶ ହେବା ସହ ଉଦବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ଏଭଳି କାମ ଦ୍ୱାରା ଭୁଲ ବାର୍ତ୍ତା ଯିବା ସହ ଶ୍ରୀମନ୍ଦିରର ପବିତ୍ରତା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ବିଜେପି ନେତା। କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦ ଶୋଭାଯାତ୍ରାରେ ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ନଗର ମହିଳା ସଭାନେତ୍ରୀ ତଥା କାଉନସିଲର ରୀତାଞ୍ଜଳୀ ମିଶ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ବେତ ଦୋରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସଂଯୋଜକ ମୁରଲୀଧର ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ, ମଣ୍ଡଳ ସଭାପତି ଭଗବାନ ସ୍ବାଇଁ, ରତନ ବିଷୋୟୀ, ଜିଲ୍ଲା ସଂପାଦକ ସଞ୍ଜୟ ଘୋଷ, ଜିଲ୍ଲା କୋଷାଧ୍ୟକ୍ଷ ପୀତବାସ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ |


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।