ରିପୋର୍ଟ :ଘଟଗାଁ ରୁ ରଞ୍ଜିତା ନାୟକ
ଘଟଗାଁ :- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବିନିନ୍ଦା ପଞ୍ଚାୟତ ବିନିଦା ଗ୍ରାମର ଦୈତାରୀ ନାୟକ ଦୀର୍ଘ ପାଞ୍ଚ ବର୍ଷ ହେବ ଟିଭି ରୋଗରେ ପଡିଛନ୍ତି l ଭଲ ଥିବା ବେଳେ ଦିନ ମଜୁରୀ କରି ତାଙ୍କ ପରିବାର ର ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଦୁଃଖେ କଷ୍ଟେରେ ଜୀବନ ନିର୍ବାହ କରୁଥିଲେ ଏବେ ରୋଗରେ ଘରେ ପଡ଼ିରହି ଥିବାରୁ ତାଙ୍କ ପତ୍ନୀ ପ୍ରମିଳା ନାୟକ ପଞ୍ଚାୟତ ରୁ ମିଳୁଥିବା ରାସନ କୁ ନେଇ ଚଳୁଥିବା ବେଳେ ତେଲ ଲୁଣ ଗୁଜୁରାଣ ମେଣ୍ଟେଇବା ତିନି ପିଲାଙ୍କୁ ପଢେଇବା କଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ବର୍ତମାନ ବର୍ଷା ଦିନ ହୋଇଥିବାରୁ ଘରେ ରହିବା କଷ୍ଟକର ମଧ୍ୟ୍ୟ ହୋଇ ପଡୁଛି ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହତାଶ ହେଲେଣି ମଧ୍ୟ କେହି କର୍ଣ୍ଣପାତ କରୁନାହିଁ ଯଦି ସରକାର ଙ୍କ ତରଫରୁ ଗୋଟିଏ ବାସ ଗୃହ ଓ କିଛି ସାହାଯ୍ୟ କଲେ ରୋଗୀଣା ସ୍ୱାମୀ ଭଲ ହେବା ସହ କିଛି ଦିନ ସୁଖ ଶାନ୍ତିରେ ବଞ୍ଚି ପାରନ୍ତେ l


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।