ହିଞ୍ଜିଳିକାଟୁ :-ରଂଜିତ କୁମାର ପୋଲାଇ
ହିଞ୍ଜିଳିକାଟୁ :-୨୬/୦୬ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମରେ ମାଁ ଗ୍ରାମଦେବତୀଙ୍କ ମନ୍ଦିର ଜୀର୍ଣ୍ଣଦ୍ଧାର କାର୍ଯ୍ୟର ଶୁଭାରମ୍ଭ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏନେଇ କଞ୍ଚୁଡୁ ମଠାଧିଶ ବୈଷ୍ଣବ ଶ୍ରୀ ହରିହର ଦାସ ମହନ୍ତ ମହାରାଜଙ୍କୁ ଫୁଲ ଚନ୍ଦନ ଦେଇ କେଶିବନ୍ଧ ନିକଟରୁ ନାମ ସଂକୀର୍ତ୍ତନ କରାଯାଇ ଗ୍ରାମଦେବତୀ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ମାଁଙ୍କ ପୁରାତନ ମନ୍ଦିରର ଜୀର୍ଣ୍ଣଦ୍ଧାର କରି ନୂତନ ମନ୍ଦିର ନିର୍ମାଣ ନିମନ୍ତେ ବୈଦିକ ରୀତିନୀତିରେ ପୂଜା ଓ ଯଜ୍ଞ କାର୍ଯ୍ୟକ୍ରମ ହୋଇଥିଲା । ପଣ୍ଡିତ ରମେଶ ଚନ୍ଦ୍ର ପାଠୀ ସମତେ ଅନ୍ୟ ପଣ୍ଡିତ ମାନଙ୍କ ଉପସ୍ଥିତିରେ ସୋମବାର ଦିନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସାରୁ ଗ୍ରାମର ସରପଞ୍ଚ ନୀଳାଞ୍ଚଳ ସାହୁ, ଶିଳ୍ପୀ ଚନ୍ଦ୍ରମଣି ମହାରଣା ଓ ସୂର୍ଯ୍ୟନାରାୟଣ ମହାପାତ୍ର, ସାରୁପଞ୍ଚାୟତ ସଚେତନ ନାଗରିକ ମଞ୍ଚର ସଭାପତି ଉମାଶଙ୍କର ସାହୁ, ମନ୍ଦିରର ଟ୍ରଷ୍ଟି ସୁନୀଳ କୁମାର ପାଢୀ, ପ୍ରଭାକର ସାହୁ, ସନ୍ତୋଷ କୁମାର ପାଣିଗ୍ରାହୀ ଆଦି ଏହି ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ସହ ସନ୍ଧ୍ୟାରେ ଭକ୍ତବୃନ୍ଦ ପ୍ରସାଦ ସେବନ କରି ମାତୃକୃପା ଲାଭ କରିଥିଲେ।


More Stories
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।