ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ ଘୁମର ଗାଁ ରାସ୍ତା ଏବେ ଆଣ୍ଠୁଏ ପାଣିରେ ବୁଡି ରହିଛି।ଗାଁ ର ଏମୁଣ୍ଡରୁ ସେ ମୁଣ୍ଡ ଯାଏ ରାସ୍ତା ରେ ଖାଲି ପାଣି ଆଉ ପାଣି।କେବଳ ବର୍ଷା କାଳ ରେ ଏଭଳି ସ୍ଥିତି ଦେଖାଯାଏ ତାହା ନୁହଁ ବର୍ଷ ର ବାରମାସ ଯାଏ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଥାଏ।ରାସ୍ତା ଦେଇ ଦୈନଦିନ ଶହ ଶହ ଯାନବାହନ ଯାତାୟାତ କରିଥାଏ।ସାଧାରଣ ଭାବେ ଲୋକେ ପାଣିରେ ପହରି ପହରି ରାସ୍ତା ପାର ହେବା ଭଳି ପରିସ୍ଥିତି ସାମ୍ନା କରି ବହୁଦିନରୁ ଆସୁଛନ୍ତି।ରାସ୍ତାରେ ଅନେକ ଦୁର୍ଘଟଣା ଘଟି ସାରିଲାଣି।ଏପରିକି ଦୁର୍ଘଟଣାଗସ୍ତ ବ୍ୟକ୍ତି ମାନେ ମରୁ ମରୁ ବଞ୍ଚି ଥିବା ମଧ୍ୟ ନଜିର ରହିଛି। ହେଲେ ପ୍ରଶାସନ ର ନିଘା ରହୁ ନ ଥିବା ନେଇ ଅଭିଯୋଗ କରନ୍ତି ଗ୍ରାମବାସୀ।ଗତ କିଛି ବର୍ଷ ତଳେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ଅଧୀନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା କାମ ହୋଇଥିଲା। ରାସ୍ତା କାମ ନିର୍ମାଣ ଆରମ୍ଭ ହେବାପରେ ଖୁସିରେ ବିଭୋର ହୋଇ ପଡ଼ିଥିଲେ ଗ୍ରାମବାସୀ।ଯେତେବେଳେ ଗାଁ ରାସ୍ତା ରେ କଂକ୍ରିଟ କାମ ଆରମ୍ଭ ହେଲା ରାସ୍ତା ଦୁଇ ପାର୍ଶ୍ଵରେ ଡ୍ରେନ ବ୍ୟବସ୍ଥା ନ କରି ବିଭାଗୀୟ ଯନ୍ତ୍ରୀ ସିଧାସଳଖ କଂକ୍ରିଟ ପକେଇ ଶେଷ କରିଥିଲେ।ଗ୍ରାମବାସୀ ଏନେଇ ସମ୍ପୃକ୍ତ ଯନ୍ତ୍ରୀ ଙ୍କୁ ଡ୍ରେନ କରିବା ପାଇଁ କହିଥିଲେ ହିଁ ଯନ୍ତ୍ରୀ ଜଣକ ଇଞ୍ଜିନିୟ ପାଠ ପଢ଼ାଇଥିଲେ।ହେଲେ ଶେଷରେ ଡ୍ରେନ ନ ଥିବା ଯୋଗୁଁ ରାସ୍ତା ଉପରେ ଜମି ରହୁଛି ପାଣି ବୋଲି ଗ୍ରାମବାସୀ ପ୍ରକାଶ କରନ୍ତି।ଏପରିକି ରାସ୍ତା ର ଦୁର୍ଦ୍ଦଶା କୁ ନେଇ ବିଭାଗ କୁ ବାରମ୍ବାର ଅଭିଯୋଗ କରି ଥକି ପଡିଥିବା କୁହାଯାଏ।ଶେଷରେ ଗାଁ ର ଯୁବକ ଗୋଷ୍ଠୀ ପ୍ରଶାସନ ନ ଶୁଣିବାରୁ ପାଣି ନିଷ୍କାସନ କରିବା ପାଇଁ ଅଣ୍ଟା ଭିଡିଛନ୍ତି।ଗତ ରବିବାର ଦିନ ଝଡି ବର୍ଷା ରେ ଯୁବକ ମାନେ ଏକତ୍ରିତ ହୋଇ ରାସ୍ତା ପାର୍ଶ୍ଵ ରେ ନାଳଖନନ କରି ପାଣି ନିଷ୍କାସନ କରିବାରେ ଲାଗି ପଡିଛନ୍ତି।ଯୁବ ଗୋଷ୍ଠୀ ଙ୍କ ଏଭଳି ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।