ସାହଜଖୋଲ ବନ ସୁରକ୍ଷା ମହାସଂଘ ର ସାମ୍ୱାଦିକ ସମ୍ମିଳନୀ ।

କଳାହାଣ୍ଡି – ଶାହାଜଖୋଳ ଜଙ୍ଗଲ ହେଉଛି ଆମ ମାଁ, ଦଣ୍ଡପାଟ ମାଟିର ମୁକୁଟ,ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଙ୍କ ପ୍ରତୀକ। ସହାଯାଖୋଳ ସଂରକ୍ଷିତ ଜଙ୍ଗଲ ହେଉଛି ଅଞ୍ଚଳ ତଥା ସମସ୍ତ ପ୍ରାଣୀ ମାନଙ୍କ ଜୀବନର କେନ୍ଦ୍ରବିନ୍ଦୁ ।ଉକ୍ତ ଜଙ୍ଗଲ କୁ କେନ୍ଦ୍ର କରି ହଜାର ହଜାର ଲୋକେ ଜୀବନ ଜୀବିକା ନିର୍ବାହ କରନ୍ତି ।ଏହି ଜଙ୍ଗଲ ବର୍ଷ ସାରା ଆମ ଜୀବନର ଆଧାର ଅଟେ ।ଏଣୁ ଏହାର ସୁରକ୍ଷା ପାଇଁ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦେବୁ ନାହିଁ  ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛି 

ସାହାଯଖୋଳ ବନ ସୁରକ୍ଷା ମହାସଂଘ ଧର୍ମଗଡ଼ ବନାଞ୍ଚଳ । ରବିବାର ମହାସଂଘ ଆବାହକ ଭୁଜବଳ ସୋରି ଙ୍କ ସଭାପତିତ୍ବରେ କୋକସରା ବ୍ଲକ ଗୋତମୁଣ୍ଡା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଣ ଯୋଗ ଦେଇ ପ୍ରଶାସନ ର ଦୋମୁହାଁ ନୀତି କୁ ନିନ୍ଦା କରିବା ସହ ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କିଛି ବର୍ଷ ହେବ ବେହେରା ଓ ଆମପାନି ସେକ୍ସନ ର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାର ମୂଲ୍ୟବାନ ଗଛ ସବୁ କାଟି ମକା ମାଫିଆ ମାନେ ଜଙ୍ଗଲରେ ରାଜ ଚଳାଇ ଆସୁଛନ୍ତି। ଅଣ ଓଡ଼ିଆ ଓ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର ର କେତେକ ମୁଷ୍ଟିମେୟ ମକା ମାଫିଆ ମାନେ ନିରୀହ ଲୋକଙ୍କୁ ପ୍ରବର୍ତ୍ତାଇ ଆଦିବାସୀ ନାମରେ ବର୍ଷ ବର୍ଷ ଧରି ଅନବରତ ଭାବେ ଜଙ୍ଗଲ କାଟି ମକା ଚାଷ କରି ଆସୁଛନ୍ତି । ଜଙ୍ଗଲ ପଦା ହେବା ଯୋଗୁଁ ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଅଞ୍ଚଳର ହଜାର ହଜାର ଗରିବ ଲୋକଙ୍କ  ଜୀବନ ଜୀବିକା ବୁଡ଼ିବାକୁ ଲାଗିଛି ବୋଲି ସଂଘ ପ୍ରକାଶ କରିଛି ।

ଏ ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ପ୍ରକାଶ କରିଛି ମହାସଂଘ ।  ଗତ ୨୦୨୧ ମସିହାରେ ସାହାଜ ଖୋଲ ଜଙ୍ଗଲ ସୁରକ୍ଷା ସମିତି ଓ ବନ ବିଭାଗ ନବରଙ୍ଗପୁର  ଜିଲ୍ଲା ର ଜବରଦଖଲ  କାରୀଙ୍କୁ ବାହାର କରିବା ପାଇଁ ଉଦ୍ୟମ କରିଥିଲା।ତେବେ ବନ ସୁରକ୍ଷା ସମିତି ସଦସ୍ୟ ଙ୍କୁ ବିଭିନ୍ନ କେଶ୍ ରେ ଫସାଇ ଦିଆଯାଇଥିଲା । ଯାହା ଫଳରେ ଅଞ୍ଚଳରେ ଦୀର୍ଘଦିନ ଧରି ଉତ୍ତେଜନା ଦେଖାଦେଇଥିଲା ।ଉକ୍ତ ଘଟଣା ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।  ତେବେ ଘଟଣା କୁ ଅତି ଗରୁତ୍ୱର ସହ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ନବରଙ୍ଗପୁର ପ୍ରଶାସନ ମଧ୍ୟରେ ଏକ ଶାନ୍ତି କମିଟି ଗଠନ କରାଯାଇ ସାହାଯଖୋଲ ଜଙ୍ଗଲରେ ଜବରଦଖଲ କରି ବେଆଇନ ଭାବେ  ଚାଷ କରି ବସବାସ କରୁଥିବା ଗ୍ରାମବାସୀ ଙ୍କୁ ନିଜ ଜିଲ୍ଲାକୁ ୬ ମାସ ମଧ୍ୟରେ ଫେରାଇ ନିଆଯିବ ବୋଲି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସର୍ତ୍ତ ରଖିଥିଲା ।

ତେବେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ନବରଂଗପୁର ପ୍ରଶାସନ କିମ୍ବା କଳାହାଣ୍ଡି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛି ସଂଘ । ଯାହା ଫଳରେ ମକା ମାଫିଆ ମାନଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି ବୋଲି ମହାସଂଘ ଅଭିଯୋଗ କରିଛି।ତେବେ ଆଗାମୀ ୧୫ଦିନ ମଧ୍ୟରେ ପ୍ରଶାସନ ଜଙ୍ଗଲ ମାଫିଆ ମାନଙ୍କୁ ବିତାଡିତ କରିବା ସହ ଅଙ୍କୁଶ ନ ଲଗାଇଲେ ବନ ସୁରକ୍ଷା ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ,କୋକସରା ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ଆଦିବାସୀ ସଂଘ ସଭାପତି ଭବେଶ୍ ଗୈନ୍ତା,ବିଶିଷ୍ଟ ଆଦିବାସୀ ନେତା ଋତୁରାଜ ମାଝୀ,ନିରଞ୍ଜନ ବାଗ,ତ୍ରିନାଥ ଶବର, ପୋଡ଼ା ଗୁଡା ସରପଂଚ ଜୟରାମ ନାଗ,ଜଗମୋହନ ମାଝୀ,ହେନଙ୍ଗିନି ହଂସ,ପାର୍ବତୀ ବାଗ,ତ୍ରିନାଥ ପୋଟା ପ୍ରମୁଖ ଚେତାବନୀ ଦେଉଛନ୍ତି ।

error: Content is protected !!