କନ୍ଧମାଳ ରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି I ଫିରିଙ୍ଗିଆ ଗଞ୍ଜେଇ ଧରିବା ନାଁରେ ଅଞ୍ଚଳର ସାଧାରଣ ଜନତା ଙ୍କ ଉପରେ ପୋଲିସ ର ଜୁଲୁମ ସହ ମାତ୍ରା ଧିକ କାର୍ଯ୍ୟାନୁଷ୍ଠାନ ଓ଼ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅଧିକାରୀ ଓ଼ ତାଙ୍କ ସହ ଚାଲାଣ ରେ ସମ୍ପୃକି ଥିବା ପୋଲିସ କର୍ମଚାରୀ ଙ୍କୁ ଗିରଫ କରିବା ଦାବିରେ ଅଞ୍ଚ ଳର ଜନ ସାଧାରଣ ରାଜ ରାସ୍ତାକୁ ଓହ୍ଲାଇଛନ୍ତି I ଶନିବାର ସକାଳୁ ଫୁଲବାଣୀ ବାଲିଗୁଡ଼ା ମୁଖ୍ୟ ରାସ୍ତାର ବ୍ଲକ ଛକ ନିକଟରେ ଶତାଧିକ ଆନ୍ଦୋଳନ କାରି ରାସ୍ତା ରୋକ କରିଛନ୍ତି I ସୂଚନା ଅନୁସାରେ ଗତ ତିନି ତାରିକ ରାତି ପ୍ରାୟ ଦୁଇଟା ସମୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଦୁଇଜଣ ଗୃହରଖି ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଙ୍କ ସହ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁ ର ଓ଼ କିଛି ସ୍ଥାନୀୟ ଲୋକ ଧରିଥିଲେ I

ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା I ଏହାରି ପ୍ରତିବାଦ ରେ ଆଜି ଫିରିଙ୍ଗିଆ ଠାରେ ରାସ୍ତା ରୋକ କରାଯାଇଛି I ପରେ ଆନ୍ଦୋଳନ କାରି ଙ୍କୁ ବୁଝା ସୁଝା କରିବା ପାଇଁ ଆନ୍ଦୋଳନ ଜାଗାକୁ ଫୁଲବାଣୀ ସଦର ଏସଡିପିଓ ଙ୍କ ସହ ସ୍ଥାନୀୟ ତହସିଲଦାର ପହଁଞ୍ଚି ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ଆନ୍ଦୋଳନ କାରି ବୁଝିନଥିବା ବେଳେ ଓଲଟା ଉପସ୍ଥିତ ଏସଡିପିଓ ଙ୍କୁ ଆକ୍ରମଣ କରିଥିଲେ I ଏହା ସହ ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାକୁ ଆସି ଥିବା ଜବତ ଗଞ୍ଜେଇ କୁ ପୋଡିବା ସହ ଥାନାରେ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜାଳି ଦେଇଥିଲେ I ଏହାଷ ଥାନାରେ ବନ୍ଧୁକ, ଜବତ ବାଇକ ନେଇ ପଳାଇ ଥିବା ସୂଚନା ମିଳିଛି I ଘଟଣାପରେ ଫିରିଙ୍ଗିଆ ସହର ପୋଲିସ ଛାଉଣୀ ରେ ପରିଣତ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି I ଅନ୍ୟପଟେ ଏହି ଆନ୍ଦୋଳନରେ ଆନ୍ଦୋଳନ କାରି ଙ୍କ ପଥର ମାଡ଼ରେ ଫିରିଙ୍ଗିଆ ସୁବ୍ରତ କୁମାର ମହାନ୍ତି ନାମକ ଜଣେ କାର୍ଯ୍ୟରତ ସାମ୍ବାଦିକ ମଧ୍ୟ୍ୟ ଗୁରୁତର ଆହତ ହୋଇଛନ୍ତି I ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ଏସ୍ଡିପିଓ ସୁପ୍ରଶନ୍ନ ମଲ୍କିକ ଙ୍କ ସହ ଫିରିଙ୍ଗିଆ ଥାନାରେ ଅତିରିକ୍ତ ଥାନା ଅଧିକାରୀ ଶ୍ରୀ ବିକାଶ କୁମାର ଜାନି ଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ରୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି I ଅନ୍ୟପଟେ ଫିରିଙ୍ଗିଆ ସହରରେ କରଫ୍ୟୁ ଜାରିରହିଥିବା ବେଳେ ଘଟଣା ପରେ ପୋଲିସ ର ଗିରଫଦାରୀ ଭୟ ପାଇଁ ଲୋକ କମାନଙ୍କ ମଧ୍ୟରେ ଏକ ପ୍ରକାର ଭୟରେ ବାତାବରଣ ସୃଷ୍ଟି ହୋଇଛି I


More Stories
The auditor of the Director of Education’s office was arrested by vigilance
ବିକାଶ ର ନୂତନ କାର୍ଯ୍ୟକାରି କମିଟି ଗଠନ l
Vigilance raid at the house of Assistant Engineer Pramod Roy.