ରିପୋର୍ଟ (ଫିଲିପ କୁମାର ଦିଗାଲ
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ କସ୍ତୁରୁବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁ, ଡଡ଼ଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ନାଥ ଚିନାରା, ଆଠଭାଡ଼ି ସ୍କୁଲ ବେଣୁଧର ନାଥ, ଚେସରଗାଁ ସ୍କୁଲ ଶିକ୍ଷକ ଶ୍ରୀ ଅଜୟ କୁମାର ସାହୁ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ବର୍ତ୍ତ ମାନ ଗୋଷ୍ଟିଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ଗଡ଼ିକିଆ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l

ବିଦାୟ ନେଉ ଥିବା ବିଇଓ ଜଗନ୍ନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏବିଇଓ ଜନାର୍ଦ୍ଧନ ପାଣି ଗ୍ରାହୀ ଶିକ୍ଷକ ସଂଙ୍ଗ ଜିଲ୍ଲା ସଭାପତି ଶ୍ରୀ କୁମର ପରା ସେଟ,ମୁଣ୍ଡିଗଡ଼ ପ୍ରଧାନ ଶିକ୍ଷକ ଶ୍ରୀ ସରଥ ଚନ୍ଦ୍ର ଦେଶୀ ନାୟକ , ବିଲାମାଳ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଦଣ୍ଡ ପାଣି ବଳିୟାରସିଂ ସରଥ ଚନ୍ଦ୍ର ମାଝୀ ସିଆରସିସି ଶ୍ରୀ ଧାରାସିଂ ବାରିକ ଯୋଗଦାନ କରି ଥିଲେ l ସେହିପରି ପ୍ରତ୍ୟକ ବିଦ୍ୟାଳୟ ର ,ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥାଇ କର୍ମମୟ ଜୀବନ ସ୍ମୁତି ଅବତାରଣା କରିଥିବା ବେଳେ, ମୁଖ୍ୟ ଅତିଥି ବିଦାୟୀ ନେଉ ଥିବା ଚାରୀ ଜଣଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନକରି ସମ୍ମାନିତ କରିଥିଲେ l ଉତ୍ସବର ଆବାହକ ଶ୍ରୀ ଧାରାସିଂ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ତୁମୁଡ଼ିବନ୍ଧ ବ୍ଲକ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l