ରିପୋର୍ଟର :-ମୋହନଲାଲ ସୁନାନୀ [ନବରଙ୍ଗପୁର, ଚନ୍ଦାହାଣ୍ଡି ]
ଚନ୍ଦାହାଣ୍ଡି- ତା : 10/7/2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ଗ୍ରାହକଙ୍କୁ ନିଜ ଉଠାଣ ରାଶି ପ୍ରଦାନ କରିବାକୁ ଗଲେ, ବ୍ୟାଙ୍କ କର୍ମଚାରୀ ଟଙ୍କା ପ୍ରଦାନ ନକରି ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ବ୍ୟାଙ୍କର କିଛି ଗ୍ରାହକ l ନିଜ ପାସ୍ ବହି ର ଜମା ଟଙ୍କା ଉଠାଇବାକୁ ଗଲେ ଆମକୁ ଆଜି ନୁହଁ କାଲି ଆସ ଆସନ୍ତା କାଲି ଗଲେ ପରଦିନ କୁ ଆସ ଏଭଳି କି ସପ୍ତାହ ପରେ ବି ଟଙ୍କା ନାହିଁ ବ୍ୟାଙ୍କ ରେ କହି ଆମକୁ ହଇରାଣ ରେ ପକାଉଛନ୍ତି ବ୍ୟାଙ୍କ୍ କର୍ମଚାରୀ ବୋଲି ଅଭିଯୋଗ ଆଣିଛନ୍ତି l ଅଭିଯୋଗ ପ୍ରକାରେ ଚନ୍ଦାହାଣ୍ଡି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ଶିଶୁ ବିକାଶ ପ୍ରକଳ୍ପ ଚନ୍ଦାହାଣ୍ଡି ଅଧୀନସ୍ଥ ଶତାଧିକ ଯୁଗ୍ମ ପାସ୍ ବହି ଅଙ୍ଗନବାଡି କର୍ମୀ ଓ ୱାର୍ଡ଼ ମେମ୍ବର ଙ୍କ ନାମରେ ରହିଥିବା ବେଳେ ଉକ୍ତ ଯୁଗ୍ମ ପାସ୍ ବୁକ ରେ ସରକାର କେନ୍ଦ୍ର ର ଗରମ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ପାଣ୍ଠି ପ୍ରଦାନ ରାଶି ଜମା କରିଥାନ୍ତି ଓ ଉକ୍ତ ପାସ୍ ବୁକ୍ ରୁ ଅଙ୍ଗନବାଡି କର୍ମୀ ୱାର୍ଡ଼ ମେମ୍ବର ଙ୍କ ସହ ଟଙ୍କା ଉଠାଣ କରି ନିଜର କେନ୍ଦ୍ର ପରିଚାଳନା କରିଥାନ୍ତି, ତେବେ ଅଙ୍ଗନୱାଡ଼ି କର୍ମୀ ୱାର୍ଡ଼ ମେମ୍ବର ମାନଙ୍କ ଅଭିଯୋଗ ପ୍ରକାରେ ବ୍ୟାଙ୍କର କର୍ମଚାରୀମାନେ ତାଙ୍କୁ ଟଙ୍କା ବ୍ୟାଙ୍କ ରେ ନାହିଁ ନାହିଁ କହି ସପ୍ତାହରୁ ଅଧିକ ଦିନ ହେବ ଟଙ୍କା ନାହିଁ ନାହିଁ କହି ଦିନ ଗଡ଼ାଇ ଗଡ଼ାଇ ନେଉଥିବାବେଳେ ବ୍ୟାଙ୍କ୍ କର୍ମଚାରୀ ମାନେ ଗ୍ରାହକଙ୍କୁ ଏଭଳି ସେବା ପ୍ରଦାନ ରେ ଅବହେଳା କରୁଥିବା ନେଇ ଅଙ୍ଗନବାଡି କର୍ମୀ ମାନେ ଆଜି ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀ ମାନଙ୍କ ସେବା ପ୍ରଦାନ ରେ ଅସନ୍ତୁଷ୍ଟ ହୋଇ ଯୁଗ୍ମ ପାସ ବହି ଅନ୍ୟ ଏକ ବ୍ୟାଙ୍କରେ ଖୋଲି କେନ୍ଦ୍ର ପରିଚାଳନା କରିବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ଅଭିଯୋଗ ଜଣାଇଛନ୍ତି l ତେବେ ବ୍ୟାଙ୍କ୍ କର୍ମଚାରୀ ଙ୍କ ବିରୁଦ୍ଧରେ ଅଙ୍ଗନବାଡି କର୍ମୀ ଆଣିଥିବା ଅଭିଯୋଗ କେତେଦୂର ସତ୍ୟାସତ୍ୟ ତାହା ଆମ ପ୍ରତିନିଧି ବ୍ୟାଙ୍କ୍ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଅଗ୍ରସର ହୋଇଥିବା ବେଳେ ବ୍ୟାଙ୍କ୍ ସେତେବେଳ କୁ ବ୍ୟାଙ୍କ ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇ ପାରି ନଥିଲା l ତେବେ ଏକ ବ୍ୟାଙ୍କ୍ ସେବା ପ୍ରଦାନ କରିବା ପାଇଁ ରହିଥିବା ଅଧିକାରୀ ଯଦି ସେବା ପ୍ରଦାନ ପାଇଁ ଅବହେଳା କରିବା ସହ ଗ୍ରାହକଙ୍କୁ ସେବା ପ୍ରଦାନ ରେ ତତ୍ପରତା ପ୍ରକାଶ ନକରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଆଜିର ଏହି ଅଭିଯୋଗ ପ୍ରଦାନ ସମୟରେ ଅଙ୍ଗନବାଡି କର୍ମୀ କମଳା ମାଝୀ, ମାଳତୀ ସୋରୀ, ହିତେଶ୍ୱରୀ ହରିଜନ, ସୁମିତ୍ରା ବାଘ, ବୈଦ୍ୟନାଥ ଗୋପାଳ, ଅମନା ସୋରୀ, ଧନସିଂ ମାଝୀ, ନବୀନ ଖରସେଲ , ଗୋମତୀ ସୁନା, ସମେତ ଅନେକ ୱାର୍ଡ ମେମ୍ବର ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l