ନୂଆପଡା ଜିଲ୍ଲା କୋମନା ସ୍ଥିତ ବିଜାଖମନ ଭିତରେ ବାପ ପୁଅଙ୍କୁ ଭାଲୁ ଆକ୍ରମଣ, ଆକ୍ରମଣ ରେ ବାପ ର ମୃତ୍ୟୁ ହୋଇଥିବା ବେଳେ ପୁଅ କୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି, ଖବର ଅନୁଯାୟୀ ଆଜି ସକାଳ ଆଠ ଟା ସମୟରେ ଘନଶ୍ୟାମ ପଟେଲ(70) ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା,ବାପ କୁ ଭାଲୁ ଆକ୍ରମଣ କରିଥିବାର ଦେଖି ପୁଅ ଚୈତୁ ପଟେଲ (35) ଭାଲୁ କୁ ଘଉଡ଼େଇବା ପାଇଁ ଚେଷ୍ଟା କରିଥିଲେ ଏହି ସମୟରେ ଭାଲୁ ଟି ତାଙ୍କୁ ବି ଆକ୍ରମଣ କରିଥିଲା, ବାପ ପୁଅଙ୍କ ଚିତ୍କାର ଶୁଣି ବିରୁନପଦର ଗ୍ରାମବାସୀ ବିଜାଖମନ ଆସି ତାଙ୍କୁ ଉଦ୍ଧାର କରିଥିଲେ,ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ର କର୍ମଚାରୀ ତଥା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ,ଗ୍ରାମବାସୀ 356 ଜାତୀୟ ରାଜପଥ ଅବରୋଧ କରି ଯେଉଁ ପର୍ଯନ୍ତ କ୍ଷତିପୂରଣ ନ ମିଳିଛି ଆମେ ରାସ୍ତା ମଝିରେ ବସିବୁ କହି ଗ୍ରାମବାସୀ ଦାବି କରିଛନ୍ତି l
ଭାଲୁ ଆକ୍ରମଣ ରେ ବାପ ମୃତ୍ୟୁ ପୁଅ ଆହତ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l