ବାଟବଣା ଦନ୍ତାହାତୀ, ଝରିଗାଁ ଜଙ୍ଗଲରେ ରହିବା ପରେ ଚନ୍ଦାହାଣ୍ଡି ଜଙ୍ଗଲରେ ଘୁରି ବିଲୁଛି ଲୋକେ ଭୟଭୀତ l

ରିପୋର୍ଟ :- ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି –   ବିଗତ ୬/୭ଦିନ ହେଲା ହାତୀ ଉପଦ୍ରବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।ନବରଙ୍ଗପୁର ଜିଲ୍ଲା ରେ ଏଭଳି ହାତୀ ଉପଦ୍ରବ ହେବା ଘଟଣା ପ୍ରଥମଥର ବୋଲି କୁହାଯାଉଛି।ହାତୀ ଟି ତେନ୍ତୁଳିଖୁଣ୍ଟି ବ୍ଲକ୍ ମଙ୍ଗରଦୋରା ଅଞ୍ଚଳରେ ୧୧ତାରିଖରେ ପ୍ରବେଶ କରି କଣ୍ଟାଗାଁ ପଞ୍ଚାୟତ ଜଙ୍ଗଲରେ ରହିଥିଲା।ସେଠାରେ ଜଙ୍ଗଲ ଜଗୁଆଳି ବୁଦନ ଭତ୍ରାକୁ ମାରିଦେଇଥିଲା ଫଳରେ ସ୍ଥାନୀୟ ଅମଲାଭଟା ଓ କଣ୍ଟାଗାଁ।ପଞ୍ଚାୟତବାସି ଭୟଭୀତ ଅବସ୍ଥାରେ ରହିଥିଲେ। ଗତ ରବିବାର ସକାଳୁ ଚନ୍ଦାହାଣ୍ଡି ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ଝରିଗାଁ ବ୍ଲକ ପୋଡପାଣି ଜଙ୍ଗଲରେ ହାତୀକୁ ଦେଖିବାକୁ ମିଳିଥିଲା।ଜଙ୍ଗଲ ବିଭାଗ ଓ ୱାଇଲ୍ଡ ଲାଇଫର ଟିମ୍ ଏକତ୍ର ମିଶି ହାତୀ ଟିର ଗତିବିଧି ଉପରେ ଲକ୍ଷ ରଖିଥିବା  ଜଣାପଡ଼ୁଥିଲା।ରବିବାର ସଂଧ୍ୟାରେ ପୋଡ଼ପାଣି ଜଙ୍ଗଲରେ ହାତୀ ଟି ରହିଥିବା ଜଣାପଡ଼ିଥିବା ବେଳେ ଯୋଗିପଦର୍ ଗାଁ ର ଜଣେ ବୃଦ୍ଧା ଆସମତି ଭତ୍ରାଙ୍କୁ ମାରିଦେଇଥିଲା।ସୂଚନା ମୁତାବକ ଥାଟବେଡ଼ା ଗାଁ ର ଆସମତୀ ଭତ୍ରା ଓ ତାଙ୍କ ପୁଅ ବୁଦୁ ଭତ୍ରା ଯୋଗୀପଦର୍ ଗ୍ରାମର ଜଦୁ ଭତ୍ରାଙ୍କର ନାତିର ଏକୋଇଶିଆ ରେ ଭୋଜିଖାଇ ଫେରୁଥିବା ସମୟରେ ହାତୀ ଟି ପଛପଟୁ ଆକ୍ରମଣ କରି ଟାଣି ନେଇ ମାରିଦେଇଥିଲା ପୁଅ ଟି ନିଜର ଜୀବନ ବଞ୍ଚାଇବା ପାଇଁ ଭୟରେ ଗଛ ଉପରେ ଚଢି ନିଜର ଜୀବନ ବଞ୍ଚାଇଥିଲେ।ଖବର ପାଇ ପରେ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ବନ ବିଭାଗ କର୍ମଚାରୀ ବିଗତ ୭ଦିନ ହେଲାଣି ହାତୀକୁ ଅନୁଧ୍ୟାନ କରି ଆସୁଥିଲେ।

ଠିକ୍ ସେହିପରି ଚନ୍ଦାହାଣ୍ଡି ବ୍ଲକ ର ପାଟଖଲିଆ ପଞ୍ଚାୟତ ର କଦଳିଭଣ୍ଡାର ଜଙ୍ଗଲରୁ ବାହାରି ଦଳବେଡ଼ା ପଞ୍ଚାୟତ ର ବରାଗୁଡ଼ା ଗ୍ରାମରେ ରାତି ସାରା ଚନ୍ଦାହାଣ୍ଡି ବନ ବିଭାଗ କର୍ମଚାରୀ ଙ୍କୁ ନାକେ ଦମ୍ କରିଥିବା ଜଣା ପଡିଥିଲା।ଓ ରାତି ପ୍ରାୟ ୨/୩ ସମୟରେ ପାଟଖଲିଆ ଗ୍ରାମ ଦେଇ ମାଲଗାଁ ଜଙ୍ଗଲ ଅଭିମୁଖେ ବାହାରି ଧୋଡ଼ିପାଣି ପଞ୍ଚାୟତ ଲୁହାବେହେଲି ଗ୍ରାମର ପୁରୁନ ଗୌଡଙ୍କୁ ଶୌଚ କରୁଥିବା ସମୟରେ ହାତୀ ଆକ୍ରମଣ କରିଥଲା।କିନ୍ତୁ ଭାଗ୍ୟ ବସତ୍ ପୂରୁନ ଗୌଡ ଙ୍କ କିଛି ବି କ୍ଷତି ହୋଇ ନଥିବା ସୂଚନା ମିଳିଥିଲା।ବନ ବିଭାଗ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଲୋକଙ୍କୁ ଫରେଷ୍ଟର ବିପିନ ଭତରା ସତର୍କ କରିବା ସହ ଜଙ୍ଗଲ ମଧ୍ୟକୁ ନ ଯିବାକୁ କହିଛନ୍ତି ।ବର୍ତ୍ତମାନ ହାତୀ ଟି ମାଳଗାଁ ଜଙ୍ଗଲ ରୁ ବାହାରି କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି l

error: Content is protected !!