ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -ତା.19/7/2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାଲିଆପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା l

ସ୍କୁଲ ପରିଚାଳନା କମିଟିର ସଭାପତି ଯାଦବ ନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ରିକା ଧୂରୁଆ, ପୂର୍ବତନ ସରପଞ୍ଚ ଦଶରଥ ଧୂରୁଆ, ନାୟକ ସରପଞ୍ଚ ବିଜୟ ସାହୁ ସମସ୍ତ ଛାତ୍ର, ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଛାତ୍ର, ଛାତ୍ରୀଙ୍କୁ ପ୍ରତ୍ୟହ ସ୍କୁଲ ଆସି ଭଲ ପାଠ ପଢି ସ୍କୁଲ ର ନାମ ରଖିବାକୁ ପରାମର୍ଶ ଦେଇଥିଲେ, | ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରକାଶକୁମାର ବେଶ୍ରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ ସନ୍ତରାମ ପାଣ୍ଡେ, ଲକ୍ଷ୍ମଣ ମାଝୀ ଓ ଝାଲିଆପଡା ଗ୍ରାମବାସୀ ତନୁ ଖମାରୀ ପ୍ରମୁଖ ସହଯୋଗ କରିଥିଲେ |


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।