ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -ତା.19/7/2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାଲିଆପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା l

ସ୍କୁଲ ପରିଚାଳନା କମିଟିର ସଭାପତି ଯାଦବ ନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ରିକା ଧୂରୁଆ, ପୂର୍ବତନ ସରପଞ୍ଚ ଦଶରଥ ଧୂରୁଆ, ନାୟକ ସରପଞ୍ଚ ବିଜୟ ସାହୁ ସମସ୍ତ ଛାତ୍ର, ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଛାତ୍ର, ଛାତ୍ରୀଙ୍କୁ ପ୍ରତ୍ୟହ ସ୍କୁଲ ଆସି ଭଲ ପାଠ ପଢି ସ୍କୁଲ ର ନାମ ରଖିବାକୁ ପରାମର୍ଶ ଦେଇଥିଲେ, | ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରକାଶକୁମାର ବେଶ୍ରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ ସନ୍ତରାମ ପାଣ୍ଡେ, ଲକ୍ଷ୍ମଣ ମାଝୀ ଓ ଝାଲିଆପଡା ଗ୍ରାମବାସୀ ତନୁ ଖମାରୀ ପ୍ରମୁଖ ସହଯୋଗ କରିଥିଲେ |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l