(ବିୟୁରୋ ରିପୋର୍ଟ )
ଦିନକୁ ଦିନ ଅସାନ୍ତ ହୋଇପଡିଛି ପୁରୀ ସହର। ପ୍ରତିଦିନ ପୁରୀକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ପ୍ରସ୍ଥାନ। ପ୍ରତିଦିନ ପୋଲିସି ପାଇଁ କୋଉଠି ନା କୋଉଠି ଚ୍ୟାଲେଞ୍ଜ ସୃଷ୍ଟି ହେଉଚି। ଏ ସବୁ ଭିତରେ ପୁରୀ ସହରର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଚି। ସେ ସମସ୍ତ ପରିବେଶକୁ ମଧ୍ୟ ପୋଲିସି ପକ୍ଷରୁ ଆୟତ କରି ଆଇନି ଅନୁସାରେ କାର୍ଯ୍ୟପନ୍ଥା ହାତକୁ ନେଇ ସମାଧାନ କରିବା ସ୍ଥଳେ ପୋଲିସି ସ୍ଥାନୀୟ ଅଞ୍ଚଳରେ ବେସ୍ ପ୍ରଶଂସା ସାଉଁଟିଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି ପୁରୀ ଟାଉନ୍ ଥାନା ଅଞ୍ଚଳରେ ଗତ ୧୨ତାରିଖ ଦିନ ପୂର୍ବ ଶତ୍ରୂତାକୁ ନେଇ ସନ୍ତୋଷ ରାଉତଙ୍କୁ ଧାରୁଆ ଖଣ୍ଡା ସାହାଯ୍ୟରେ ୫ଜଣ ଯୁବକ ମିଶି ଅତର୍କିତ ଆକ୍ରମଣ କରି ରକ୍ତାତ କରିବା ସହ ସନ୍ତୋଷଙ୍କ ସାଙ୍ଗଙ୍କ ପକେଟରୁ ୫ହଜାର ଟଙ୍କା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ତୋଷ ଏବଂ ସାଙ୍ଗ ଦୁହେଁ ମିଶି ପୁରୀ ଟାଉନ୍ ଥାନା ଅଞ୍ଚଳରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ୍ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଅଭିଯୋଗ ଗ୍ରହଣ କରି କେସ୍ ନଂ ୨୮୫ ରେ ମାମଲା ରୁଜୁ କରିଥିଲେ। ଉକ୍ତ ଦିନଠାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ୫ଅଭିଯୁକ୍ତଙ୍କୁ ଆଜି କଟକଜିଲ୍ଲା ବିଡାନାଶୀ ଅଧିନସ୍ଥ ଶୁଭଦ୍ରା ନଗରରୁ ଗିରଫ କରି ଆଇପିସି ଅଣ୍ଡର ସେକ୍ସନ ୩୪୧,୨୯୪,୫୦୬,୩୨୩,୩୨୪,୩୦୭,୩୯୫,୧୦୯ ଏବଂ ୩୪ ସଙ୍ଗୀନ ଦଫା ଲଗେଇ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିବା ସୂଚନା ଦେଇଛନ୍ତି ଟାଉନ୍ ଥାନା ଅଧିକାରୀ ଶ୍ରୀ ସୁନୀଲ ପ୍ରଧାନ।
ଶ୍ରୀ ପ୍ରଧାନ ଏହିଭଳି କାର୍ଯ୍ୟ ଦେଖି ଅସାମାଜିକ ବ୍ୟକ୍ତିଙ୍କ ମନରେ ଛନକା ପସିବା ସହ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେସ ପ୍ରସଂଶା କରାଯାଇଥିବା ଦେଖିବାକୁ ମିଳିଛି।


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l