ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲ: ରାଉରକେଲା ଷ୍ଟିଲ ସିଟି ଓ ସେକ୍ଟର ୧୬ର ରୋଟ୍ରାକ୍ଟ କ୍ଲବ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଜସବିନ୍ଦର କୌରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଟ୍ରାକ୍ଟ କ୍ଲବର ଗାଇଡ ଶିକ୍ଷୟିତ୍ରୀ ମମତା ମିଶ୍ର, ସଭାପତି ଅଂଶିଦା ଆଲିସା,

ଉପସଭାପତି ସଂପ୍ରୀତି ବେହେରା ତଥା ଅନ୍ୟ ସଦସ୍ୟଗଣ ଙ୍କ ସହ ଷ୍ଟିଲ ସିଟିର ସଭାପତି ରୋଟାରୀଆନ ପୁତୁଲ ରାହୁଲ, ସଂପାଦିକା ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସମେତ ରୋଟାରୀଆନ ଅଞ୍ଜଳି ଶତପଥୀ, ପି କେ ପତି, ସରିତା ମଲ୍ଲ, ସଂଧ୍ୟା ସାହୁ, ଚମ୍ପାବତୀ ଅମାତ, ମନିଦୀପା ଆଚାର୍ଯ୍ୟ, ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ରୋଟ୍ରାକ୍ଟ ଙ୍କ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇ ବୃକ୍ଷରୋପଣ ର ଆବଶ୍ୟକତା ଓ ପରିବେଶ ପାଇଁ ଏହାର ଉପଯୋଗୀତା ସଂପର୍କରେ ଆଲୋଚନା କରାଯିବାସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ସହଯୋଗ କରିବା ସହ ଜାମୁ, ଡାଳିମ୍ବ, ପଣସ, ଆମ୍ବ, ଲିଚୁ, ଡିମିରି ଆଦି ବୃକ୍ଷରୋପଣ କରିଥିଲେ ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l