ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା/ ସାମାଜିକ ଅନୁଷ୍ଠାନ ୟୁଥ ହଷ୍ଟେଲ ଅଫ୍ ଇଣ୍ଡିଆ ର ରାଉରକେଲା ଶାଖା ପକ୍ଷରୁ ମାନବ ସେବା ସଦନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ସଭାପତି ବୁଦ୍ଧଦେବ ବସୁ ଙ୍କ ସଭାପତିତ୍ବ ଓ ଡଃ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହର ପ୍ରଶାସନ ର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଅତିଥି ଭାବେ ଯୋଗଦେଇ ତଥା ଅନ୍ୟ ସମସ୍ତ ସଦସ୍ୟଙ୍କ ସହ ମିଳିତ ହୋଇ ବୃକ୍ଷରୋପଣ କରିଥିଲେ ।

ସର୍ବଶ୍ରୀ ଦେବେନ୍ଦ୍ର ମହାନ୍ତି, ପି ସି ମିଶ୍ର, ନିରଞ୍ଜନ ସାମଲ, ପ୍ରଣତୀ ପାଢୀ ପାଣିଗ୍ରାହୀ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ସୁଲୋଚନା ମିଶ୍ର, ବିଶ୍ବନାଥ ପରିଡା, ବିଷ୍ଣୁପ୍ରିୟା ସ୍ବାଇଁ, ଉପେନ୍ଦ୍ର ସ୍ବାଇଁ, ଅରୁନ୍ଧତୀ ସ୍ବାଇଁ, ପ୍ରଫେସର ଜୟଥୁ, ଅସୀମ ସ, ସଞ୍ଜୟ ଦାସ, ଗୌରୀ କୁମ୍ଭାର, କନକଲତା ଦାସ, ସରୋଜ ପଟ୍ଟନାୟକ, ସନ୍ତୋଷ ପାଣିଗ୍ରାହୀ, ଆଶିଷ ବିର୍ସା ହେମ୍ଭ୍ରମ, ବିଶ୍ବଜିତ ରାଉତ, ମୋନାଲିସା ଗୌଡ, ମୀନାକ୍ଷୀ ପାଢୀ,କାମିନୀ ମହନ୍ତ, ସମରକାନ୍ତ ମଲ୍ଲିକ, ସଲୀଲ କୁମାର ସାହୁ,ତରଣୀ ସେନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ସେହିପରି ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ମ୍ୟୁଜିକ ସର୍କଲ ଠାରେ ଓ ମିରର ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l