ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ  l

 ପଥରକଟା ମେସିନ ସହିତ ଟ୍ରକ-ଟ୍ରାକ୍ଟର , ବାଇକ୍ , ଜେସିବି ଜବତ , ଚିଲିକାକୁ ଡେଇଁ ପଥର ମାଫିଆ ଚମ୍ପଟ୍

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୋରଣ ଗ୍ରାମର ଚିଲିକା କୂଳରେ ହେଉଥିଲା ବେଆଇନ ମାଙ୍କଡା ପଥର ଖନନ । ବିଳମ୍ବିତ ରାତ୍ରରେ ମାଙ୍କଡା ପଥର ଖନନ ସାଙ୍ଗକୁ ମାଙ୍କଡା ପଥର ସବୁ ଚୋରା ଚାଲାଣ କରାଯାଉଥିଲା । ପୋଲିସର ଗତିବିଧି କୁ ଲକ୍ଷ ରଖିବା ପାଇଁ ପଥର ମାଫିଆମାନେ ସଡ଼କ ପଥର ବିଭିନ୍ନ ସ୍ଥାନରେ ପଏଁତରା ମାରୁଥିଲେ । ପଥର ମାଫିଆମାନଙ୍କ ଏଭଳି ବୁଦ୍ଧିକୁ ଚକ୍-ମା ଦେବାପାଇଁ ପୋଲିସ ନୂଆ ଫର୍ମୁଲା ଆପଣେଇ ଥିଲା l

ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଗଠିତ ଟିମ୍ ଗତକାଲି ବିଳମ୍ବିତ ରାତ୍ରରେ  ସଡ଼କ ପଥ ଛାଡି ଜଳପଥ ରେ ସୁସଜ୍ଜିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଯାହାଦ୍ୱାରା ପଥର ମାଫିଆଙ୍କ ଅକଲ ଗୁଡୁମ୍ । ପୋଲିସକୁ ଦେଖି ପଥର ମାଫିଆମାନେ ସଡ଼କ ପଥରେ ଫେରାର ହେବାକୁ ଚେଷ୍ଟାକରି ଫେଲ୍ ମାରିବାରୁ ଚିଲିକାକୁ ଡେଇଁ ଫେରାର ହୋଇଗଲେ ପଥର ମାଫିଆମାନେ । ଶେଷରେ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରୁ ଟ୍ରକ , ଟ୍ରାକ୍ଟର , ମିନି-ଟ୍ରକ , ବାଇକ୍ , ଜେସିବି ଓ ପଥରକଟା ମେସିନ ସବୁ ଜବତ କରିଛି । ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି ଏବଂ ଖୁବଶୀଘ୍ର ପଥର ମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

error: Content is protected !!