ପଞ୍ଚାୟତ ସ୍ତରୀୟ ଡ୍ରାଇଭେର ମହା ସଂଘର ସଭା କାର୍ଯ୍ୟ ଅନୁଷ୍ଠିତ l

ରିପୋର୍ଟ :- ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି :-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ରେ ବୁଲୁ ମାଝୀ ଙ୍କ ଅଧକ୍ଷତାରେ ପଞ୍ଚାୟତ ର ସମସ୍ତ ଡ୍ରାଇଭେର ମାନଙ୍କୁ ନେଇ ଆଜି ଏକ ସଭାର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ କିପରି ସମସ୍ତ ଡ୍ରାଇଭର ମାନେ ନିଜ ନିଜ ଭିତରେ ସଞ୍ଜମତା ରକ୍ଷା କରି ସୁରକ୍ଷିତ ଭାବରେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିବେ ସେ ଦିଗରେ ଦିଗଦର୍ଶନ ଦେଇଥିଲେ |ସମସ୍ତ ଡ୍ରାଇଭର ମାନେ ଯାନ ଚଳାଇଲାବେଳେ ନିଜ ଡ୍ରାଇଭିଂ ଡ୍ରେସ, ପିନ୍ଧି ପାଖରେ ନିଜ ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖି ଡ୍ରାଇଭିଂ କରିବାକୁ ପରାମର୍ଶ ଦେଇଥିଲେ,

ଉକ୍ତ ସଭାରେ ଲୋକେଶ ସମରଥ ଙ୍କୁ ସମସ୍ତ ଡ୍ରାଇବର ଙ୍କ ସହମତି କ୍ରମେ ପଞ୍ଚାୟତ ସ୍ତରୀୟ ଡ୍ରାଇଭେର ସଂଘର ସଭାପତି କରିବାକୁ ବୁଲୁମାଝୀ ପ୍ରସ୍ତାବ ଦେଇଥିଲେ ପ୍ରସ୍ତାବକୁ ଦୀନେଶ ଶୋରୀ ସମର୍ଥନ କରିଥିବାର ଦେଖିବାକୁ ମିଳିଥିଲା  | କିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ପାଇପାରିବ ସେ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା, ଏହି ସଭାରେ ପଞ୍ଚାୟତ ର ପଚାଶ ରୁ ଉର୍ଦ୍ଧ ଡ୍ରାଇଭର ଉପସ୍ଥିତ ଥିଲେ ଓ ସମସ୍ତଙ୍କ ସହମତି କ୍ରମେ ଡ୍ରାଇଭର ସଂଘର ସେକ୍ରେଟାରୀ ଭାବରେ ଦୀନେଶ ଶୋରୀ ଓ ସଂଘର ନିର୍ଦେଶକ ଭାବରେ ଜୟଚନ୍ଦ୍ର ପଟେଲଙ୍କୁ କରାଯାଇଥିବା ସୂଚନା ମିଳିଛି |
ଏହି ସଭାରେ ଗୁଲଜାର ଖାନ, ନର ଭୈଶାଲ, ଚେନସିଂ ଗୌଡ଼, ରବୀନ୍ଦ୍ର ଗୋପାଳ, ଦୋଳେଶ୍ୱର ଗୋପାଳ, ଭିକି ବାଘ, ଆଶଲମ ଖାନ, ଆଫତାବ ଖାଁ, ମେହେତାବ ଖାଁ, ବାଳକୃଷ୍ଟ ମାଝୀ, ନବୀନ ବାଘ, ତରୁଣ ଶୋରୀ, ହୃଷିକେଶ ମାଝୀ, ଅକ୍ଷୟ ଶୋରୀ, ଆକାଶ ନେତାମ, ଗଜିନ ବାଘ, ମହେଶ ଶୋରୀ, ତୟଧର ନାୟକ, ନରେନ୍ଦ୍ର ସାହୁ, ହେମଲାଲ ପୁଝାରୀ, ଲଳିତ ମାଝୀ, ଧନିରାମ ମାଝୀ, ଜୟଚନ୍ଦ୍ର ପଟେଲ,ସମସ୍ତେ ସହଯୋଗ କରିଥିଲେ  l

error: Content is protected !!