ଧର୍ମଗଡ଼:ରହିବାକୁ ନ ହେଲେ ବି ମାରିବାକୁ ଦିଅ ଆବାସ ଯୋଜନା ।ଏଥିଲା ଜଣେ ୫୮ବର୍ଷୀୟ ବୃଦ୍ଧ ଙ୍କ ହୃଦୟର ବିକଳ କୁଣ୍ଠରୁଦ୍ଧ ଚିତ୍କାର।ତାଙ୍କ ଏହି ଦ୍ବୀପଦ କଥା ରୁ ସ୍ପଷ୍ଟ ବାରି ହୋଇ ପଡୁଛି-ଘର ଖଣ୍ଡକ ପାଇଁ ସେ କେତେ କାତର।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ବାଙ୍କୀମୁଣ୍ଡା ଗ୍ରାମର ରଶିକ ମଶ୍ରା ଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିହାସ ପାଲଟିଛି।ଦୀର୍ଘଦିନ ରୁ ଭଙ୍ଗାଦଦରା କୁଡ଼ିଆ ତାଙ୍କର ସାହା ଭରସା ପାଲଟିଛି।ବର୍ଷା ଦିନେ ତାଙ୍କ ଦୁଃଖ ନ କହିବା ଭଲ।ତମାମ ରାତି ସାରା ଖଣ୍ଡେ ଛତା ଟେକି ରହି ଯାଆନ୍ତି ସକାଳ ପାଇବା ଯାଏ।ଏପରିକି ଦଦରା କୁଡ଼ିଆ ଭିତରେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ଅପରାହ୍ନ ବୟସରେ ବି ତାକୁ କାଢ଼ିବାରେ ଲାଗି ରହନ୍ତି ।କାଦୁଅ ପଚ ପଚ ଶିତଳତା ସ୍ଥିତି ରେ ବି ବାଧ୍ୟ ହୋଇ ରହିବାକୁ ପଡେ ବୋଲି କହନ୍ତି।ସାଧାରଣ ଭାବେ ସେ ଅତି ଗରିବ ।ମୁଢି ଚଣା ନିଜ କାନ୍ଧରେ ବୋହି ଏ ଗାଁ ରୁ ସେ ଗାଁ ବିକ୍ରି କରି କୁଟୁମ୍ବ ପଶନ୍ତି।କୁଟୁମ୍ବ କହିଲେ ତିନି ପ୍ରାଣୀ-ପୁଅ,ବୋହୁ ଆଉ ସେ। ରାଶନ କାର୍ଡ ରେ ପଞ୍ଚାୟତ ରୁ ମିଳେ କେବଳ ୧୫କିଲୋ ଚାଉଳ।ବେଶ ସେତିକି ରେ ତିନି ପ୍ରାଣୀ ଚାଲିବା ମସ୍କୁଲ ଯୋଗୁଁ ଢଳି ପଡିବା ବୟସରେ ବି ଅଣ୍ଟା ଭିଡ଼ିବାକୁ ପଡେ।ଚଣା ମୁଢି ବିକ୍ରି କରି ଯାହାମିଳେ ତୁଣ୍ଡରେ ଆହାର ଯୋଗାଣ ହୁଏ ସିନା କୁଡ଼ିଆ କୁ ସଜାଡିବା ଅସମ୍ଭବ ହୋଇ ପଡେ।ଏଇ କିଛିଦିନ ତଳ ବର୍ଷା ରେ କୁଡ଼ିଆ ସାରା ପାଣି ଝାଇ ଯାଇଥିଲା ବୋଲି ନ ଖାଇ ନ ପିଇ ଖଣ୍ଡେ ପଲିଥିନ ଆଣି ଏବେ ସଜାଡି ଛନ୍ତି। ଏଣେ ପୁଅ ଟଙ୍କଧର ମଶ୍ରା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଥିବା ଜଣାପଡିଛି।

ସେଠାରୁ କିଛି ଟଙ୍କା ଆଣିଲେ ଏହି ଭଙ୍ଗା ଦଦରା କୁଡ଼ିଆ କୁ ସଜାଡ଼ିବା ଆଶା ରଖିଥିବା କହନ୍ତି ରଶିକ ।ଅନ୍ୟପଟେ ଘର ଖଣ୍ଡକ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହି କହି ଥକି ଯାଇଥିବା ପ୍ରକାଶ କରନ୍ତି।ଏପରିକି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ରେ ଦ୍ଵି ଦ୍ଵି ଥର ଅଭିଯୋଗ କଲେଣି ହେଲେ କିଛି ବ୍ୟବସ୍ଥା ହୋଇ ନ ଥିବା ଜଣାପଡିଛି।ଗୋଟାଏ ଲୋକଙ୍କୁ ରହିବାକୁ ଘର ଖଣ୍ଡେ ନ ଥିବା ବେଳେ ଅନ୍ୟପଟେ ଚୟନ ପ୍ରକ୍ରିୟା ରେ ଅନିୟମତା ଯୋଗୁଁ ଜଣେ ଜଣେ ହିତାଧିକାରୀ ଆବାସ ଘର ନିର୍ମାଣ କରି ଦୋକାନ,ହୋଟେଲ ଓ ଭଡା ରେ ଲଗାଉଥିବା ଅଭିଯୋଗ କରନ୍ତି।ରଶିକ ଭଳି ଯୋଗ୍ୟ ହିତାଧିକାରୀ ଘର ନ ପାଇବା କୋଉଠି ନା କୋଉଠି ସରକାରୀ ବ୍ୟବସ୍ଥା ଉପରେ ନିହାତି ସନ୍ଧେହ ଉପୁଜି ଥିବା ପ୍ରତିପାଦିତ ହେଉଛି।ତୁରନ୍ତ ରଶିକ କୁ ପ୍ରଶାସନ ତରଫରୁ ଆବାସ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ଦାବି ହେଉଛି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l