ଭୁବନେଶ୍ୱର(ଆମ ଓଡ଼ିଶା ଖବର )ହାବିଲଦାର ସହରାଞ୍ଚଳ ପୋଲିସ ଟି. ଟି. ଆଇ ଭୁବନେଶ୍ୱର ସେକ ଅବିର ୧୯୮୮ ମସିହାରୁ କନେଷ୍ଟବଳ ଭାବେ ଓଡିଶା ପୋଲିସରେ ଯୋଗଦାନ କରିଥିଲେ l ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ଭୁବନେଶ୍ୱର ର ଯାନବାହାନ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର କମିଶନରେଟ ଅଧୀନରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି l

ସେ ତାଙ୍କର ସମୁଦାୟ ଚାକିରୀକାଳ ଅବଧି ରେ ଅତ୍ୟନ୍ତ ଉସଗ୍ରୀକୁତ ଓ ସେବା ମନଭାବରେ ନିଜର କର୍ତବ୍ୟ ସମ୍ପାଦନ କରିଆସୁଛନ୍ତି l ବିଶେଷ କରି ଆଇନ ଶୁଙ୍ଖଳା ପରିସ୍ଥିତିକୁ ପରିଚାଳନା କରି ସେ ପ୍ରସଂସିତ ହୋଇଛନ୍ତି l ସେ ଜଣେ ବିଜ୍ଞ ବହିର୍ବିଭାଗ ଅନୁଦେଷ୍ଟା ଭାବରେ ଟି. ଟି. ଆଇ, ଭୁବନେଶ୍ୱରରେ ପରିଚିତ l ସେ ଜଣେ ଆଜ୍ଞାକାରୀ ଓ ସ୍ବେଛାକୁତ ଦାୟିତ୍ୟ ବହନକାରୀ ଆରକ୍ଷୀ କର୍ମଚାରୀ ଯିଏକି ସଇଚ୍ଛାରେ କର୍ତଵ୍ୟ କରନ୍ତି l ଅବିର ନିଜର ବୁର୍ତ୍ତିଗତ ସଫଳତା ପାଇଁ ଉଚ୍ଚପଦସ୍ତ ଅଧିକାରୀ ମାନଙ୍କ ଠାରୁ ବହୁବାର ପ୍ରସଂସିତ ହେବା ସହ ଅନେକ ପୁରସ୍କାର ରେ ସନ୍ନମାନିତ ହୋଇଛନ୍ତି

ଅବିର ଙ୍କର ଉଚ କୋଟୀର କାର୍ଯ୍ୟଦକ୍ଷତା ଓ କର୍ତଵ୍ୟନିଷ୍ଠାର ସୀକୃତି ସରୁପ ଭାରତର ମାନ୍ୟବର ରାଷ୍ଟପତି ତାଙ୍କୁ ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରେ ଉଲେଖନୀୟ ସେବା ନିମନ୍ତେ ପୋଲିସ ପଦକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ମାନପତ୍ର ଏବଂ ସାତ ହଜାର ପାଞ୍ଚ ସହ ଟଙ୍କାର ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି l


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।