ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର )):ଆଜି ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ସବ ଜେଲ ପରିସରରେ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି | କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ତେବାସୀଙ୍କ ସହିତ ଜାତୀୟ ସଂଗୀତ ଗାନ କରିଥିଲେ | ପରେ ଅନ୍ତେବାସୀ ଙ୍କ ନିମନ୍ତେ ନିଜର ସମୟପଯୋଗୀ ଅଭିଭାଷଣ ରଖିଥିଲେ | ଏହା ସହ ସ୍ୱଛତା କୁ ନେଇ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ ଶ୍ରୀ ନାୟକ | ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଜେଲ ସୁପେରିଟେଣ୍ଡେଣ୍ଟ ଶ୍ରୀ ତାରିଣୀସେନ ଦେହୁରୀ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଉଦବୋଧନ ଦେବା ସହ ବିଭିନ୍ନ ପ୍ରତିଯୋଗିତା ମୂଳକ ଖେଳକୁଦ ରେ ବିଜୟୀ ଲାଭ କରିଥିବା ଅନ୍ତେବାସୀଙ୍କୁ ପୁରସ୍କୃତ କରିଥିଲେ |
More Stories
ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି|
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l
ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l