ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର )):ଆଜି ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ସବ ଜେଲ ପରିସରରେ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି | କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ତେବାସୀଙ୍କ ସହିତ ଜାତୀୟ ସଂଗୀତ ଗାନ କରିଥିଲେ | ପରେ ଅନ୍ତେବାସୀ ଙ୍କ ନିମନ୍ତେ ନିଜର ସମୟପଯୋଗୀ ଅଭିଭାଷଣ ରଖିଥିଲେ | ଏହା ସହ ସ୍ୱଛତା କୁ ନେଇ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ ଶ୍ରୀ ନାୟକ | ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଜେଲ ସୁପେରିଟେଣ୍ଡେଣ୍ଟ ଶ୍ରୀ ତାରିଣୀସେନ ଦେହୁରୀ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଉଦବୋଧନ ଦେବା ସହ ବିଭିନ୍ନ ପ୍ରତିଯୋଗିତା ମୂଳକ ଖେଳକୁଦ ରେ ବିଜୟୀ ଲାଭ କରିଥିବା ଅନ୍ତେବାସୀଙ୍କୁ ପୁରସ୍କୃତ କରିଥିଲେ |


More Stories
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।
ସିମେଣ୍ଟରେ ବାଲି ମିଶିଛି ନା ବାଲି ରେ ସିମେଣ୍ଟ ମିଶି କରାଯାଉଛି ସରକାରୀ କାମ,କବିସୂର୍ଯ୍ୟନଗର ବିଧାୟକ କ୍ଷୁବ୍ଧ l
ନିଆରା ଢଙ୍ଗରେ ସେବା ଜାରୀ ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ