ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଠାରେ ଅନୁଷ୍ଠିତ ବୋଲଗଡ ମହୋତ୍ସବ ଆଶା ୨୦୨୪ର ୪ର୍ଥ ସନ୍ଧ୍ୟାରେ ମନମୁଗ୍ଧ କଲା ବୀର ପାଇକ ଆଖଡ଼ା ଦେଶାତ୍ମକ ବୋଧକ ନୃତ୍ୟ ପ୍ରଦର୍ଶନ । ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଇଛି ବୋଲଗଡ଼ ମହୋତ୍ସବ ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠୀ ମଧ୍ୟରୁ ନୃତ୍ୟାକ୍ଷା ଡ୍ୟlନ୍ସ ଏକାଡେମୀ , ଜଗତସିଂହପୁର ଦୁଃଖୀରାମ ସ୍ୱାଇଁ କଳପ୍ରତିଷ୍ଟନ , ନୟାଗଡ ସନ୍ଧ୍ୟା ଦ୍ୟାଂସ ଗ୍ରୁପ , ସମ୍ବଲପୁର ଲହରଙ୍ଗା ଟ୍ରାଇଭାଲ ଆର୍ଟ କଳଚର୍ ସାନ୍ତାଳୀ ଟ୍ରାଇଭଲ୍ ଦ୍ୟନ୍ସ, ମା ଅମ୍ବିକା ସାଂସ୍କୃତିକ କଳା ପରିଷଦ ବରଗଡ଼ , ଲୋକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଭାପତି ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ମାନସ କୁମାର ବେହେରା ଯୋଗଦେଇ ବୋଲଗଡର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସଂସ୍କୃତି ଜଗତରେ ଅନନ୍ୟ ବୋଲି ପ୍ରତିପାଦନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବାମନ ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ମାଗୁଣି ପ୍ରଧାନ ପୀତବାସ ଲେଙ୍କା ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ମହାପାତ୍ର ଗଦାଧର ଚମ୍ପତ୍ତି ବିଜେପି ମଣ୍ଡଳ ସଭାପତି ସଞ୍ଜୟ ବେହେରା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ପଟ୍ଟନାୟକ ଆଇନଜୀବୀ ସୁଶ୍ରୀ ଗୌରୀ ଦେବୀ ରାଧାମୋହନ ସାହୁ ବଂଶୀଧର ସାହୁ ଅମ୍ବିକା ମହାନ୍ତି ମାନସ ରଞ୍ଜନ ପଟ୍ଟନାୟକବୋଲଗଡ ଓ ଅଜିତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ର ପରିଡା ପ୍ରଦାନ କରିଥିଲେ ।ଏହି ଅବସରରେ ବୋଲଗଡ ପ୍ରଦୀପ ସୁଶ୍ରୀ ପ୍ରତିଭା ଦଳେଇଙ୍କୁ ଜାନକୀ ପାଢ଼ୀ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଛି ।ସେହିପରି ବୋଲଗଡ ସମ୍ମାନ ରେ ଶିକ୍ଷାବିତ ଦିବାକର ପରମଗୁରୁ ଗୋପୀନାଥ ଖାଡ଼ଙ୍ଗା , ମନୋଜ କୁମାର ଦଳାଇ ଙ୍କୁ ସମ୍ମାନିତ କରାଯାଇଛି ।କୃଷିରେ ଅବନୀକାନ୍ତ ପାଢ଼ୀ ସ୍ୱାସ୍ଥ୍ୟ ସେବାରେ ଡ. ମନୋଜ କୁମାର ସାହୁ, ପରିବେଷବିତ ଡ.ରଞ୍ଜନ କୁମାର କର ଶର୍ମା (ବୃକ୍ଷ ବାବା )ଓ କବି ଅର୍ଚିତା ଶ୍ରୀଚନ୍ଦନ ଙ୍କୁ ବୋଲଗଡ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି । ମରଣତ୍ତର ଭାବରେ ସାମ୍ବାଦିକ ସ୍ବର୍ଗତ ଜୟକୃଷ୍ଣ ହୋତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲେ ସମ୍ପାଦକ ମନୋଜ କୁମାର ପଣ୍ଡା । ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ କୁମାର ସାହୁ ଓ ଶ୍ରୀକାନ୍ତ ନାୟକ । ଧାରାବାହିକ ଅଭିନେତ୍ରୀ ପାୟଲ ନିଜସ୍ଵ କଳା ପ୍ରଦର୍ଶନ କରିଥିଲେ । ଜିତେନ୍ଦ୍ର ମାର୍ଥା ଶଙ୍କର ସିଂ ଓ ନବ ପ୍ରଧାନ ଶୃଙ୍ଖଳା ବଜାୟ ରଖିଥିଲେ ।


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।